ଓଡିଶା

odisha

BJP ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କୋରୋନା

By

Published : Jan 10, 2022, 9:59 PM IST

ବିଜେପି ମୁଖ୍ୟ ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ
ବିଜେପି ମୁଖ୍ୟ ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ ()

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କୋଭିଡ ସଂକ୍ରମିତ । ଉଭୟ ସଂକ୍ରମିତ ହୋଇଥିବା ସହ ଗୃହ ସଙ୍ଗରୋଧରେ ଥିବା ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ/ବେଙ୍ଗାଲୁରୁ:ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ନେତା ଆକ୍ରାନ୍ତ ବୋଲି ଜଣାପଡିବା ପରେ ନିଜକୁ ସଙ୍ଗରୋଧରେ ରଖିଥିବା ଟ୍ବିଟରରେ ସୂଚନା ଦେଇଛନ୍ତି ।

ବିଜେପି ମୁଖ୍ୟ ନଡ୍ଡା କହିଛନ୍ତି, ତାଙ୍କ ଠାରେ ସାମାନ୍ୟ ଲକ୍ଷମ ପ୍ରକାଶ ପାଇବା ପରେ ସେ କୋଭିଡ ପରୀକ୍ଷା କରାଇଥିଲେ । ତେବେ ସେ ସଂକ୍ରମିତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହେବା ପରେ ସେ ଡାକ୍ତରଙ୍କ ପରାମର୍ଶରେ ନିଜକୁ ସଙ୍ଗରୋଧ ରଖିଛନ୍ତି ।


ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ନିଜ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ସଙ୍ଗରୋଧରେ ଥିବା ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ତେବେ ବୋମାଇ ପୂର୍ବରୁ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ଏହା ତାଙ୍କ ଠାରେ ଦ୍ବିତୀୟ ସଂକ୍ରମଣ । ଆଜି ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମଧ୍ୟ କୋଭିଡ ସଂକ୍ରମିତ ହୋଇଥିବା ଟେଷ୍ଟିଂରୁ ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details