ଓଡିଶା

odisha

ନାମାଙ୍କନ ଭରିଲେ ନବରଙ୍ଗପୁର ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ - LOK SABHA ELECTION 2024

By ETV Bharat Odisha Team

Published : Apr 25, 2024, 9:15 PM IST

BJP candidate file nomination: ନବରଙ୍ଗପୁର: ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ । ଶେଷ ଦିନରେ ନବରଙ୍ଗପୁରରେ ବିଜେପି ସମେତ ଅନ୍ୟ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବଳଭଦ୍ର ମାଝୀ ।  

ଏହା ମଧ୍ୟ ପଢନ୍ତୁ.. ଧର୍ମଗଡରେ ବିଜେପି ଓ କଂଗ୍ରେସର ଶକ୍ତି ପ୍ରଦର୍ଶନ, ନାମାଙ୍କନ ଭରିଲେ ପ୍ରାର୍ଥୀ - ODISHA ASSEMBLY ELECTION 2024

ଶେଷ ଦିନରେ ବିଜେପି ପକ୍ଷରୁ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଗୌରୀ ମାଝୀ, ଡାବୁଗାଁ ବିଧାୟକ ପ୍ରାର୍ଥୀ ସମନାଥ ପୂଜାରୀ, ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ଚାଉଁରିଆଗୁଡା ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଗାନ୍ଧୀ ଛକରେ ପହଞ୍ଚିଥିଲା । ତାପରେ ବଳଭଦ୍ର ନାମାଙ୍କନ ଭରି କହିଥିଲେ ଯେ ଚଳିତ ଥର ବିଜେପି ସାଂସଦ ଭାବେ ନିଜ ବିଜୟ ହେବା ସହ ନବରଙ୍ଗପୁର ଜିଲ୍ଲାର ଅନ୍ୟ ୪ ବିଧାୟକ ପ୍ରାର୍ଥୀ ବିପୁଳ ମାତ୍ରାରେ ଭୋଟ ପାଇ ଜିତିବେ । ମୋଦିଙ୍କ ଗ୍ୟାରେଣ୍ଟି ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇ ନିଶ୍ଚୟ ବିଜୟ ହାସଲ କରିବେ ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ପ୍ରାର୍ଥୀ ପତ୍ର ଦାଖଲ କରିପାରି ନଥିବା ପ୍ରାର୍ଥୀ ମାନେ ମଧ୍ୟ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details