ଓଡିଶା

odisha

ସମସ୍ୟା ଘେରରେ ହଷ୍ଟେଲ, କୁଳପତିଙ୍କ ବାସଭବନ ଘେରିଲେ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରୀ - Utkal University student protest

By ETV Bharat Odisha Team

Published : Apr 10, 2024, 10:24 AM IST

Utkal University student protest: ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସରକାରୀ ବାସଭବନ ଘେରାଉ କରିବା ସହ ଧାରଣାରେ ବସିଲେ ଛାତ୍ରୀ । ଏସବୁ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀ । ଅଧିକ ପଢନ୍ତୁ

Hostel student protest
Hostel student protest

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସରକାରୀ ବାସଭବନ ଘେରିଲେ ଛାତ୍ରୀ । କୁଳପତିଙ୍କ ବାସଭବନ ଘେରାଉ କରିବା ସହ ଧାରଣାରେ ବସିଲେ ଛାତ୍ରୀ । ଏକ ନମ୍ବର ଲେଡିଜ ହଷ୍ଟେଲର ବିଭିନ୍ନ ସମସ୍ୟା ନେଇ ଛାତ୍ରୀମାନେ ଏହି ଘେରାଉ କରିଥିବା ସୂଚନା ମିଳିଛି ।

ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅନେକ ଦିନରୁ ହଷ୍ଟେଲରେ ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଛି । ଏନେଇ ବାରମ୍ବାର ହଷ୍ଟେଲ କର୍ତ୍ତୃପକ୍ଷ ଏବଂ କୁଳପତିଙ୍କୁ ଅବଗତ କରାଯାଉଛି । ଏନେଇ ସମସ୍ତେ ପ୍ରତିଶ୍ରୁତି ଦେଇ ଆସୁଛନ୍ତି କିନ୍ତୁ ଏହାର କୌଣସି ସମାଧାନ କରୁନାହାଁନ୍ତି । ରାତ୍ରି ଜଗୁଆଳି ଏବଂ ଛାତ୍ରୀଙ୍କ ସୁରକ୍ଷା ଭଳି ଅନେକ ସମସ୍ୟା ରହିଥିଲେ ମଧ୍ୟ ତାହା ସମାଧାନ ହୋଇପାରୁନାହିଁ । ଯାହା ଫଳରେ ଗତକକାଲି(ମଙ୍ଗଳବାର) ରାତି ଅଧରେ ଛାତ୍ରୀମାନେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ । ଏନେଇ କୁଳପତି ପିଲାଙ୍କର ସବୁ ଦାବି ଯଥାଶୀଘ୍ର ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ । ବିଗତ ଦିନରେ ମଧ୍ୟ ଉତ୍କଳ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ହୁଅନ୍ତୁ ବା ଛାତ୍ର ହଷ୍ଟେଲର ବିଭିନ୍ନ ସମସ୍ୟାକୁ ନେଇ ଅନେକ ସମୟରେ ଧାରଣା ବିକ୍ଷୋଭ ମଧ୍ୟ କରିଛନ୍ତି । ହେଲେ ସମସ୍ୟାର ସମାଧାନ ହୋଇପାରିନାହିଁ ।

ପ୍ରକାଶ ଥାଉକି, ଉତ୍କଳ ବିଶ୍ଵବିଦ୍ୟାଳୟ ହଷ୍ଟେଲର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରାବାସରେ ମଧ୍ୟ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଛାତ୍ରମାନେ ଦ୍ଵିତୀୟ ବର୍ଷ ଛାତ୍ରଙ୍କ ପାଇଁ ସିଙ୍ଗଲ ରୁମ୍, କ୍ୟାଣ୍ଟିନ୍ ଚାଲୁ କରିବା, ଆକ୍ୱାଗାର୍ଡ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି । ତଥାପି ସମାଧାନ ହେଉନି । ନା କର୍ତ୍ତୃପକ୍ଷ ସମାଧାନ କରୁଛନ୍ତି ନା ଛାତ୍ରଙ୍କୁ ହଷ୍ଟେଲରେ ରହିବାକୁ ସୁଯୋଗ ଦେଉଛନ୍ତି। ଏନେଇ ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ହଷ୍ଟେଲର ସମସ୍ତ ଅନ୍ତେବାସୀମାନେ କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ବିରୋଧରେ ନାରାବାଜି ସହ ଧାରଣା ମଧ୍ୟ ଦେଇଥିଲେ । ଏହା ସତ୍ତ୍ବେ କୌଣସି ପଦକ୍ଷେପ ନିଆନଯିବାରୁ ଛାତ୍ରମାନେ ବାରମ୍ବାର ବିକ୍ଷୋଭ କରିଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବାଣୀବିହାରରେ ପୁଣି ଛାତ୍ର ଆଶାନ୍ତି, ହଷ୍ଟେଲ ନମିଳିବାରୁ ଘେରିଲେ ପିଜି କାଉନସିଲ

ସେହିପରି ଗତ କିଛିମାସ ପୂର୍ବେ ହଷ୍ଟେଲ ନମିଳିବାରୁ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବାରମ୍ବାର ଅଭିଯୋଗ ପରେ ସମସ୍ୟା ସମାଧାନ ନହେବାରୁ ଶତାଧିକ ଛାତ୍ର ଏକାଠି ହୋଇ ବାଣୀବିହାର ପିଜି କାଉନସିଲ ଘେରିଥିଲେ । ଛାତ୍ରମାନେ ଦ୍ଵିତୀୟ ବର୍ଷ ଛାତ୍ରଙ୍କ ପାଇଁ ସିଙ୍ଗଲ ରୁମ୍, କ୍ୟାଣ୍ଟିନ୍ ଚାଲୁ କରିବା, ଆକ୍ୱାଗାର୍ଡ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ । ସମସ୍ତ ଦାବି ଏବଂ ଅଭିଯୋଗ ଶୁଣିବା ପାଇଁ ଚେୟାରମେନ, ୱାର୍ଡ଼େନ, ସମସ୍ତ ହଷ୍ଟେଲର ଇନ ଚାର୍ଜ ଉପସ୍ଥିତ ରହି ପିଲାଙ୍କର ସବୁ ଦାବି ଯଥାଶୀଘ୍ର ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details