ETV Bharat / state

ବାଣୀବିହାରରେ ପୁଣି ଛାତ୍ର ଆଶାନ୍ତି, ହଷ୍ଟେଲ ନମିଳିବାରୁ ଘେରିଲେ ପିଜି କାଉନସିଲ

author img

By ETV Bharat Odisha Team

Published : Sep 11, 2023, 4:17 PM IST

ବାଣୀବିହାରରେ ଛାତ୍ର ଆନ୍ଦୋଳନ । ହଷ୍ଟେଲ ମିଳି ନଥିବାରୁ ପିଜି କାଉନସିଲ ଘେରିଲେ ଛାତ୍ର । ଅଭିଯୋଗ ପରେ ବି ସମାଧାନ ନହେବାରୁ ଆଜି ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

students protest at utkal university
ବାଣୀବିହାରରେ ଛାତ୍ର ଆଶାନ୍ତି

ଭୁବନେଶ୍ବର: ପୁଣି ବାଣୀବିହାରରେ ଛାତ୍ର ଅଶାନ୍ତି । ହଷ୍ଟେଲ ନମିଳିବାରୁ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ ପରେ ସମସ୍ୟା ସମାଧାନ ନହେବାରୁ ଶତାଧିକ ଛାତ୍ର ଏକାଠି ହୋଇ ବାଣୀବିହାର ପିଜି କାଉନସିଲ ଘେରିଛନ୍ତି । ହଷ୍ଟେଲ ଆଲଟମେଣ୍ଟ୍‌ ନେଇ ଦୁଇ ଦିନ ତଳେ ଗୋପବନ୍ଧୁ ହଷ୍ଟେଲ ସମ୍ମୁଖରେ ଛାତ୍ରମାନେ ଧାରଣା ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: Poster Politics in Utkal University: ପାଣ୍ଡିଆନଙ୍କ ପୋଷ୍ଟର ନିକଟରେ ମହାପୁରୁଷଙ୍କ ପୋଷ୍ଟର ମାରିଲା ABVP

ଉତ୍କଳ ବିଶ୍ଵବିଦ୍ୟାଳୟ ହଷ୍ଟେଲର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରାବାସର ସମସ୍ତ ଅନ୍ତେବାସୀ ୱାର୍ଡେନଙ୍କ ଅଫିସ ଘେରାଉ କରିଥିଲେ । ଏହାର ପରବର୍ତ୍ତୀ ସମୟରେ ପିଜି କାଉନସିଲ ଅଫିସ ଘେରାଉ କରିଛନ୍ତି । ତେବେ ଛାତ୍ରମାନେ ଦ୍ଵିତୀୟ ବର୍ଷ ଛାତ୍ରଙ୍କ ପାଇଁ ସିଙ୍ଗଲ ରୁମ୍, କ୍ୟାଣ୍ଟିନ୍ ଚାଲୁ କରିବା, ଆକ୍ୱାଗାର୍ଡ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ । ସମସ୍ତ ଦାବି ଏବଂ ଅଭିଯୋଗ ଶୁଣିବା ପାଇଁ ଚେୟାରମେନ, ୱାର୍ଡ଼େନ, ସମସ୍ତ ହଷ୍ଟେଲର ଇନ ଚାର୍ଜ ଉପସ୍ଥିତ ରହି ପିଲାଙ୍କର ସବୁ ଦାବି ଯଥାଶୀଘ୍ର ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ସମସ୍ୟା ଘେରରେ ଉତ୍କଳ ବିଶ୍ଵବିଦ୍ୟାଳୟ, ଗୋପବନ୍ଧୁ ହଷ୍ଟେଲ ସମ୍ମୁଖରେ ଛାତ୍ରଙ୍କ ଧାରଣା

ଏହା ମଧ୍ୟ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ଫିଡବ୍ୟାକ ପ୍ରସଙ୍ଗ: ଏଣିକି ଅଧ୍ୟାପକମାନେ ସଚେତନ ହେବେ କହିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି

ସୂଚନା ଅନୁଯାୟୀ, ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖାକୁ ଏକ ମାସ ବିତି ଯାଇଛି । ନାମଲେଖା ସରି ଆରମ୍ଭ ହୋଇଛି ପାଠପଢା । ହେଲେ ହଷ୍ଟେଲରେ ରହିବା ପାଇଁ ପିଲାଙ୍କୁ ଆଲର୍ଟମେଣ୍ଟ ମିଳିଲା ନାହିଁ । ଏକ ମାସ ଧରି ଛାତ୍ର ମାନେ ଏକ ପ୍ରକାରର ସମସ୍ୟାରେ ରହି ଆସୁଛନ୍ତି । ନା କର୍ତ୍ତୃପକ୍ଷ ସମାଧାନ କରୁଛନ୍ତି ନା, ଛାତ୍ରଙ୍କୁ ହଷ୍ଟେଲରେ ରହିବାକୁ ସୁଯୋଗ ଦେଉଛନ୍ତି । ଏନେଇ ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ହଷ୍ଟେଲର ସମସ୍ତ ଅନ୍ତେବାସୀମାନେ କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ବିରୋଧରେ ନାରାବାଜି ସହ ଧାରଣା ଦେଇଥିଲେ । ୱାର୍ଡେନଙ୍କ ଠାରୁ ପ୍ରତିଶୃତି ମିଳିବା ପରେ ଧାରଣାରୁ ଓହରିଥିଲେ । ଏହା ସତ୍ତ୍ବେ କୌଣସି ପଦକ୍ଷେପ ନିଆନଯିବାରୁ ଛାତ୍ରମାନେ ଆଜି ପିଜି କାଉନସିଲ ଘେରାଉ କରିଛନ୍ତି । ଛାତ୍ରଙ୍କ ପକ୍ଷରୁ ଦିଆଯାଇଥିବା ଦାବି ଗୁଡ଼ିକୁ ତୁରନ୍ତ ସମାଧାନ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.