ଓଡିଶା

odisha

ନୂଆ ରୂପ ପାଉଛି ମଧୁବାବୁଙ୍କ ସମାଧି ପୀଠ, ଜୋରସୋରରେ ଚାଲିଛି କାର୍ଯ୍ୟ

By ETV Bharat Odisha Team

Published : Feb 2, 2024, 5:40 PM IST

ନୂଆ ରୂପ ପାଉଛି ମଧୁ ବାବୁଙ୍କ ସମାଧି ପୀଠ
ନୂଆ ରୂପ ପାଉଛି ମଧୁ ବାବୁଙ୍କ ସମାଧି ପୀଠ

Utkal Gourav Madhusudan Das : ନୂଆ ରୂପ ପାଉଛି ମଧୁବାବୁଙ୍କ ସମାଧି ସ୍ଥଳ । ମଧୁବାବୁଙ୍କ ସମାଧି ସ୍ଥଳରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ଅଧିକ ପଢ଼ନ୍ତୁ

ନୂଆ ରୂପ ପାଉଛି ମଧୁ ବାବୁଙ୍କ ସମାଧି ପୀଠ

କଟକ:ଆଉ 2 ଦିନ ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ । ଫେବୃୟାରୀ 4 ତାରିଖ ତାଙ୍କ ଶ୍ରାଦ୍ଧାବାର୍ଷିକ ପାଖେଇ ଆସୁଥିବା ବେଳେ ନୂଆ ରୂପ ପାଉଛି ମଧୁବାବୁଙ୍କ ସମାଧି ସ୍ଥଳ । ମଧୁବାବୁଙ୍କ ସମାଧି ସ୍ଥଳରେ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସାରିବା ପାଇଁ ଚାଲିଛି ଜୋରଦାର କାର୍ଯ୍ୟ ।

କଟକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ସ୍ଥଳକୁ ନୂଆ ରୂପ ଦିଆଯାଉଛି । ଭବିଷ୍ୟତରେ ଏହା ଯେମିତି ଏକ ଜାତୀୟ ସ୍ମାରକୀ ଭାବେ ଦୃଶ୍ୟମାନ ହେବା ସହ ପର୍ଯ୍ୟଟନ ସ୍ଥଳୀ ଭାବରେ ଏହା ଖ୍ୟାତି ଅର୍ଜନ କରିବ, ସେଥିପାଇଁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଧାର୍ଯ୍ୟ ସମୟ ଅର୍ଥାତ ମଧୁସୂଦନଙ୍କ ତିରୋଧାନ ଦିବସ ଫେବୃୟାରୀ ୪ ତାରିଖକୁ ହାତଗଣତି ଦିନ ବାକି ରହିଯାଇଥିବା ବେଳେ ଦିନରାତି ନିର୍ମାଣ କାମ ଚାଲିଛି ।

ତେବେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପାଇଁ ମଧୁବାବୁଙ୍କ ସମାଧି ସ୍ଥଳରେ ପହଞ୍ଚିଥିଲେ ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବା କଟକର କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କଟକ ମେୟର ସୁବାସ ସିଂ, ଓଏସଏସଆଇସିର ଅଧକ୍ଷ ଚିନ୍ମୟ ସାହୁ, ମହାନଗର ନିଗମର ଯନ୍ତ୍ରୀ, ଅଧିକାରୀ ଓ କର୍ପୋରେଟର । ତେବେ ସମାଧି ସ୍ଥଳରେ ପହଞ୍ଚି କାର୍ଯ୍ୟର ତଦାରଖ କରିଛନ୍ତି । ପ୍ରଥମେ ସମାଧି ସ୍ଥଳ ଓ ପରେ ପର୍ଯ୍ୟାୟ କ୍ରମେ ସ୍ଥାନୀୟ ଅଞ୍ଚଳର ବିକାଶ କରାଯିବ ବୋଲି କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି । ଏହାସହ ମଧୁବାବୁଙ୍କୁ ମନେ ପକାଇବା ପାଇଁ ସୁନ୍ଦର ବାତାବରଣ ସୃଷ୍ଟି କରାଯାଇଥିବା କଥା ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ରାଜଘାଟ ଭଳି ଦିଶିବ ମଧୁବାବୁଙ୍କ ସମାଧିସ୍ଥଳ, କୋଟିଏ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲା CMC

ତେବେ ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି, "ମଧୁ ବାବୁଙ୍କ ସ୍ମୃତି ପୀଠକୁ ନୂଆ ରୂପରେଖ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ପ୍ରୟାସ ଜାରି ରଖିଥିଲେ । ମଧୁବାବୁଙ୍କ ଜନ୍ମସ୍ଥାନକୁ ନୂଆରୂପ ଦିଆଯାଇଛି । ସେହିଭଳି ସମାଧି ସ୍ଥଳକୁ ମଧ୍ୟ ସୌନ୍ଦର୍ଯ୍ୟକରଣ କରାଯାଉଛି । ଗତ ବର୍ଷ ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମଧ୍ୟରେ 1 ବର୍ଷ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି । ଫେବୃୟାରୀ 4 ତାରିଖ ଭିତରେ କାର୍ଯ୍ୟ ସରିବ । କାର୍ଯ୍ୟ ସାରିବା ପାଇଁ ଦିନ ରାତି କାର୍ଯ୍ୟ ଚାଲିଛି ।" ତେବେ ପୂର୍ବରୁ ଅବହେଳିତ ଅବସ୍ଥାରେ ପଡି ରହିଥିବା ଏହି ସ୍ଥାନର ବର୍ତ୍ତମାନ ସୌନ୍ଦର୍ଯ୍ୟକରଣ କରାଯାଉଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details