56 ବର୍ଷରେ ଭାଇଜାନ୍, ଗାଲାକ୍ସିରୁ ହାତ ହଲାଇ ଫ୍ୟାନଙ୍କୁ ଜଣାଇଲେ ଧନ୍ୟବାଦ

By ETV Bharat Odisha Team

Published : Dec 27, 2023, 8:38 PM IST

thumbnail

Bollywood Actor Salman Khan birthday; ମୁମ୍ବାଇ: ସଲମାନ @ 56 । ବଲିଉଡ ସୁପରଷ୍ଟାର, ଫେବରିଟ୍ ସଲମାନ ଖାନଙ୍କୁ 55 ପୁରି ଚାଲିଲା 56 ।  ଭାଇଜାନଙ୍କ ଜନ୍ମ ଦିନରେ ସବୁ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ । ମୁମ୍ବାଇରେ ତାଙ୍କ ବାସଭବନ 'ଗାଲାକ୍ସି' ଆଗରେ ଆଜି ଜମିଥିଲା ଫ୍ୟାନଙ୍କ ଭିଡ଼ । ପ୍ରିୟର ସାଲୁଙ୍କୁ ଦେଖିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ହଜାର ହଜାର ପ୍ରଶଂସକ ଭିଡ଼ ଜମାଇଥିଲେ । ଅଭିନେତା ସଲମାନ ତାଙ୍କ ବାଲକୋନିକୁ ଆସି ହାତ ଦେଖାଇ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସଲମାନ  ହେଉଛନ୍ତି ବଲିଉଡ ଜଗତର ଅନ୍ୟତମ ଲୋକପ୍ରିୟ ଷ୍ଟାର । ଭାଇଜାନ ନାମରେ ପରିଚିତ ସଲମାନ ଏବେବି ବ୍ୟାଚଲର ଅଛନ୍ତି। ନ ନିକଟରେ ରିଲିଜ ହୋଇଛି ସଲମାନଙ୍କ ଟାଇଗର ପ ସିକ୍ୟୁଏଲ- ଟାଇଗର ଥ୍ରୀ । ସଲମାନଙ୍କ ରହିଛନ୍ତି ବହୁ ଫ୍ୟାନ ପଲୋଅର୍ । ସେଥିରୁ ଅଧିକ ପ୍ରଶଂସକ ହେଉଛନ୍ତି ମହିଳା ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.