ହଜାର ହଜାର ସମର୍ଥକଙ୍କ ଆସି ନାମାଙ୍କନ ଭରିଲେ ତାଳଚେର ବିଧାୟକ ବ୍ରଜକିଶୋର - BRAJAKISHORE FILES NOMINATION

By ETV Bharat Odisha Team

Published : May 1, 2024, 6:13 PM IST

thumbnail

BRAJAKISHORE FILES NOMINATION: ଅନୁଗୋଳ: ତାଳଚେରରେ ଦମ୍ ଦେଖାଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ । ଚଳିତ ନିର୍ବାଚନରେ ତାଳଚେର ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଆସିଥିବା ବେଳେ ଦେଖାଛନ୍ତି ନିଜର ଶକ୍ତି । ନିଜର ହଜାର ହଜାର ସମର୍ଥକଙ୍କ ଆସି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କୁ ବିଜେଡି ତୃତୀୟ ଥର ପାଇଁ ତାଳଚେରରୁ ପ୍ରାର୍ଥୀ କରାଯାଇଛି । ବ୍ରଜ ପ୍ରଥମେ ତାଙ୍କର ହଜାର ହଜାର କର୍ମୀଙ୍କ ସହ ହିଙ୍ଗୁଳା ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଜଗନ୍ନାଥ ମନ୍ଦିରରେ ପୂଜା କରି ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଥିଲେ । ପରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ଭରିଥିଲେ ।  

ସେପଟେ ପ୍ରବଳ ଖରା ସତ୍ତ୍ୱେ ଆଜି ୨୦ହଜାରରୁ ଅଧିକ କର୍ମୀ ଓ ସମର୍ଥକ ତାଙ୍କ ସହ ଆସିଥିଲେ । ବ୍ରଜଙ୍କ ସହ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କ ବିଜେଡି ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.