ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତୀ, ଶୁଭମୟ ହେବ ଦିନ - Mangala Alati

By ETV Bharat Odisha Team

Published : May 1, 2024, 7:02 AM IST

thumbnail

Mangala Alati: ପୁରୀ: କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ସେ ଜଗତର ନାଥ  । ଭକ୍ତ ଭାବରେ ବନ୍ଧା କାଳିଆ ଠାକୁର । ନିରାଶାର ଆଶା ସେ ଅନାଥର ନାଥ । ନୀଳାଚଳିଆ ଠାକୁରଙ୍କ ମହିମା ଅପାର । ପତିତମାନଙ୍କୁ ଉଦ୍ଧାରିବା ପାଇଁ ଧରାଧାମରେ ଅବତାର ନେଇଛନ୍ତି ପ୍ରଭୁ ପତିତପାବନ । ତାଙ୍କର ଦର୍ଶନ ପାଇଁ ପ୍ରତିଦିନ ପୁରୀ ଶ୍ରୀକ୍ଷେତ୍ରକୁ  ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ । ପ୍ରତିଦିନ ଭୋରରୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ହୋଇଥାଏ । ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ପରେ ଘଣ୍ଟ, ଧୂପ, ଘଣ୍ଟି ଓ ମନ୍ତ୍ରୋପଚାରଣ ସହ ସମ୍ପନ୍ନ ହୋଇଛି ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । ବିଶ୍ବାସ ରହିଛି ଏହି ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଭଗବାନଙ୍କ ଅପାର କରୁଣା ପ୍ରାପ୍ତ ହୋଇଥାଏ  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.