କେତେ ସନ୍ତୁଳିତ ଭାରତୀୟ ଟି୨୦ ଦଳ ? ସମୀକ୍ଷକ ରଖିଲେ ମତ - T20 World Cup 2024

By ETV Bharat Odisha Team

Published : Apr 30, 2024, 11:10 PM IST

thumbnail

T20 World Cup 2024: କଟକ: ଆଗାମୀ ଟି୨୦ ବିଶ୍ବକପ୍‌ ପାଇଁ ଘୋଷଣା ହୋଇଛି ଟିମ ଇଣ୍ଡିଆ ସ୍କ୍ବାର୍ଡ । ବିସିସିଆଇ ଆଜି ୧୫ ଜଣିଆ ଟିମ ଘୋଷଣା କରିଛି । ରୋହିତ ଶର୍ମାଙ୍କ କାନ୍ଧରେ ଅଧିନାୟକ ଭାର ରହିଥିଲାବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଛି ଉପଅଧିନାୟକ ଭୂମିକା । ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦଳରେ ଋଷଭ ପନ୍ତଙ୍କୁ ମଧ୍ୟ ସ୍ଥାନ ଦେଇଛି ଚୟନ କମିଟି । ସେହିପରି ୧୫ ଜଣିଆ ଦଳରୁ କେଏଲ୍‌ ରାହୁଲ ବାଦ ପଡ଼ିଥିବାବେଳେ ଶୁଭମନ ଗିଲଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି । ସ୍ପିନ ଯୋଡି ଚହଲ ଓ କୁଲଦୀପଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିଛି । ତେବେ ଏହି ଟିମ କେତେ ସନ୍ତୁଳିତ, ସେନେଇ ମତ ରଖିଛନ୍ତି ପୂର୍ବତନ କ୍ରିକେଟର ତଥା କ୍ରୀଡା ସମୀକ୍ଷକ ପବନ ଅଗ୍ରୱାଲ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.