ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ଟ୍ରକ, 3 ଆହତ - Jajpur Road Accident

By ETV Bharat Odisha Team

Published : Apr 30, 2024, 10:38 AM IST

thumbnail

Jajpur Road Accident:  ଯାଜପୁର: ଜିଲ୍ଲାର କୋରେଇ ଥାନା ରଗଡି ଛକରେ ଦୁର୍ଘଟଣା  । ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ଟ୍ରକ  । ଏହି ଦୁର୍ଘଟଣାରେ 3ଜଣ ଆହତ ହୋଇଛନ୍ତି l ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି  । 

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ କିଛି ଶ୍ରମିକ ଏକ ଟ୍ରାକ୍ଟର ଡାଲାରେ ବସି ରଗଡି ଅଞ୍ଚଳକୁ ପାଇପ କାମ ପାଇଁ ଯାଉଥିଲେ l  ଏହି ସମୟରେ ଏକ ଟ୍ରକ ଗାଡି ଦ୍ରୁତଗତିରେ ଆସି ରଗଡି ଛକଠାରେ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲା l ଫଳରେ ଟ୍ରାକ୍ଟର ଗାଡିଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା l ଏହି ଦୁର୍ଘଟଣାରେ ଟ୍ରାକ୍ଟର ଡାଲାରେ ବସିଥିବା 3ଜଣ ଶ୍ରମିକ ଆହତ ହୋଇଛନ୍ତି l 

ଏହାମଧ୍ୟ ପଢନ୍ତୁ.. ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ - Road Accident

ସେପଟେ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଡାକି ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେପଟେ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ଗୁରୁତର ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି l ଆହତ ଶ୍ରମିକମାନେ ବିହାର ରାଜ୍ୟର କୁନ୍ଦନ କୁମାର, ଗଗନ କୁମାର ଓ ଜମଦାର ମତୋ ବୋଲି ସୂଚନା ମିଳିଛି l ତେବେ ରଗଡି ଅଞ୍ଚଳରେ ଟ୍ରାଫିକ ସମସ୍ୟା ଯୋଗୁ ଅନେକ ସମୟରେ ଏଭଳି ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି l 

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.