ETV Bharat / bharat

ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ, ଆଖିବୁଜିଲେ ୪ ଶ୍ରମିକ - Stone Quarry accident

author img

By ETV Bharat Odisha Team

Published : May 1, 2024, 12:35 PM IST

ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ, ଆଖିବୁଜିଲେ ୪ ଶ୍ରମିକ
ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ, ଆଖିବୁଜିଲେ ୪ ଶ୍ରମିକ

Stone Quarry Accident: ତାମିଲାନାଡୁର ଏକ ପଥର ଖାଦାନରେ ଭୟଙ୍କର ଦୁର୍ଘଟଣା । ବିସ୍ଫୋରଣରେ ଚାଲିଗଲା ୪ ଶ୍ରମିକଙ୍କ ଜୀବନ । ଅଧିକ ପଢନ୍ତୁ

ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ

ଚେନ୍ନାଇ: ତାମିଲାନାଡୁର ବିରୁଧୁନଗର ଜିଲ୍ଲାରେ ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ପଥର ଫଟାଇବା ପାଇଁ ଗଚ୍ଛିତ ଥିବା ବିସ୍ଫୋଟକରୁ ଏହି ଅଘଟଣ ଘଟିଛି । ଆଜି (ବୁଧବାର) ସକାଳେ ଏହି ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଏକାଧିକ ଆହତ ହୋଇଛନ୍ତି । କିଛି ଯାନବାହାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବାର ସୂଚନା ରହିଛି । ତେବେ ଘଟଣାସ୍ଥଳରେ ଏବେ ବି ବିସ୍ଫୋରକ ସାମଗ୍ରୀ ରହିଥିବାରୁ ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ସେଠାରେ ପହଞ୍ଚିବାରେ ଅକ୍ଷମ ହେଉଛନ୍ତି ।

ପ୍ରାଥମିକ ସୂଚନା ଅନୁସାରେ, ବିରୁଧୁନଗର ଜିଲ୍ଲା କରିଆପଟ୍ଟି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଘରୋଇ ମାଲିକାନରେ ଥିବା ଉକ୍ତ ପଥର ଖାଦାନର ଷ୍ଟୋରେଜ ରୁମରେ ବିସ୍ଫୋରଣ ହୋଇଛି । ଏହି ରୁମରେ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖାଯାଇଥିଲା, ଯାହାକି ପଥର ଭାଙ୍ଗିବା କାର୍ଯ୍ୟରେ ଲାଗିଥାନ୍ତେ । ହେଲେ ସକାଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ, ପ୍ରାୟ ୨୦ କିଲୋମିଟର ଅଞ୍ଚଳ ଥରି ଉଠିଥିଲା । ବିସ୍ଫୋରଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଟି ଗାଡି ଚୁରମାର୍ ହୋଇଯାଇଛି । ତେବେ ଘଟଣାସ୍ଥଳରେ ବିସ୍ଫୋଟକ ଥିବାରୁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିବା କଷ୍ଟକର ହେଉଛି । ବର୍ତ୍ତମାନ ଉଦ୍ଧରକାରୀ ଦଳ ପଥର ଖଣ୍ଡଗୁଡିକୁ ହଟାଇବାରେ ଲାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଲୁଣିବର ଖାଦାନରେ ଦୁର୍ଘଟଣା, ପଥର ଖାଦାନରୁ ଖସି ୨ ଶ୍ରମିକଙ୍କ ମୃତ୍ୟୁ

ଏହା ମଧ୍ୟ ପଢନ୍ତୁ: ନାଶିକରେ ଭୟଙ୍କର ସଡକ ଦୁର୍ଘଟଣା, ବସ-ଟ୍ରକ ଧକ୍କାରେ 8 ମୃତ - Road Accident In Nasik

ଯାହା ସୂଚନା ମିଳିଛି, ସ୍ଥାନୀୟ ବାସିନ୍ଦା ଦୀର୍ଘ ଦିନରୁ ଏହି ପଥର ଖାଦାନ ବିରୋଧରେ ଅଭିଯୋଗ କରିଆସୁଛନ୍ତି । ଖାଦାନରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ଓଭରଲୋଡେଡ ଟ୍ରକ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହେଉଛି । ତେବେ ଆଜିର ଏହି ଦୁର୍ଘଟଣା ପରେ ଏହି ପଥର ଖାଦାନାକୁ ସ୍ଥାୟୀ ଭାବରେ ବନ୍ଦ କରିଦେବାକୁ ଜନସାଧାରଣ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବରଯାତ୍ରୀ ଗାଡି ଉପରେ ଓଲଟି ପଡିଲା ଟ୍ରକ; ଚାଲିଗଲା ୬ ଜୀବନ - Road Accident

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.