ETV Bharat / state

ଲୁଣିବର ଖାଦାନରେ ଦୁର୍ଘଟଣା, ପଥର ଖାଦାନରୁ ଖସି ୨ ଶ୍ରମିକଙ୍କ ମୃତ୍ୟୁ

author img

By

Published : May 31, 2023, 7:36 PM IST

Updated : May 31, 2023, 9:36 PM IST

ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରୁ ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

labour death in jajpur
ଲୁଣିବର ଖାଦାନରେ ଦୁର୍ଘଟଣା

ଲୁଣିବର ଖାଦାନରେ ଦୁର୍ଘଟଣା

ଯାଜପୁର: ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରେ ଅଭାବନୀୟ ଘଟଣା । ଲୁଣିବର ପଥର ଖାଦାନରୁ ଖସି ୨ ଶ୍ରମିକଙ୍କ ମୃତ୍ୟୁ ମୃତ୍ୟୁ ଘଟିଛି । ସକାଳେ ଖାଦାନରେ ମେସିନ ସାହାଯ୍ୟରେ କାମ କରୁଥିବା ବେଳେ ଅତଡା ଖସିବା ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଶ୍ରମିକ ଦ୍ବୟ ହେଲେ ଜେନାପୁର ଥାନା ଗେଙ୍ଗୁଟିଆ ଗ୍ରାମର ଅପୁ ରାଉତ ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇ ଗ୍ରାମର ଶାନ୍ତନୁ ଖିଲାର । ଉଭୟ ମେସିନର ଡ୍ରାଇଭର ଓ ହେଲପର ଭାବେ କାର୍ଯ୍ୟ କରୁଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଜେନାପୁର ଥାନା ଗେଙ୍ଗୁଟିଆ ଗାଁର ଅପୁ ରାଉତ ଓ କେନ୍ଦୁଝର ଜିଲ୍ଲା ଅଞ୍ଚଳର ଶାନ୍ତନୁ ଖିଲାର ପ୍ରତ୍ୟେକ ଦିନ ପରି ଆଜି ସକାଳୁ ଲୁଣିବର ଖାଦାନକୁ କାମ କରିବାକୁ ଆସୁଥିଲେ । ହଠାତ ଦୁଇଜଣ ଖାଦାନରେ କାର୍ଯ୍ୟ କରୁଥିଲା ବେଳେ ଅତଡ଼ା ଖସିଥିଲା ଏବଂ ଅତଡ଼ା ସେମାନଙ୍କ ଉପରେ ଖସି ପଡିଥିଲା । ଖାଦାନରେ କାର୍ଯ୍ୟ କରୁଥିବା ଅନ୍ୟ ଶ୍ରମିକମାନେ ଦେଖି ସେମାନଙ୍କୁ ଉଦ୍ଧାର କରିବା ସହ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନେଇ ଆସିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଅନ୍ୟ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ: Back-to-back Mishaps in Cuttack: ଭୁଶୁଡିଲା କେନାଲ, ଲୁହା ପାଇପ ତଳେ ଫସି ନାବାଳିକା ମୃତ

ସେପଟେ ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ ସମସ୍ତ ସହଯୋଗ ମିଳିବା ନେଇ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେବା ପରେ ଉତ୍ତେଜନା କମିଥିଲା । ତେବେ ଏହି ଅଞ୍ଚଳରେ ଅନେକ ପଥର ଖାଦାନ ରହିଛି । ଅନେକ ଥର ଲୋକମାନେ ଖାଦାନରେ କାର୍ଯ୍ୟ କରୁଥିବା ବେଳେ ତଳେ ପଡ଼ି ମୃତ୍ୟୁବରଣ କରୁଛନ୍ତି । ମାତ୍ର ପଥର ଖାଦାନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସୁରକ୍ଷା ପ୍ରତି ମାଲିକମାନେ ଦୃଷ୍ଟି ନଦେବା ଫଳରେ ଏଭଳି ଅଘଟଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମାତ୍ର ଜିଲ୍ଲା ପ୍ରଶାସନ ଶ୍ରମିିକଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉ ନଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଯାଜପୁର

Last Updated : May 31, 2023, 9:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.