Municipal Election: କୁଚିଣ୍ଡା NACରେ ପଡିଲା ଭୋଟ

By

Published : Mar 24, 2022, 6:04 PM IST

Updated : Feb 3, 2023, 8:20 PM IST

thumbnail

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସିରେ ପୌର ନିର୍ବାଚନ ନେଇ ମତଦାନ ଶେଷ ପର୍ଯ୍ୟାୟରେ । ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସିର ୧୧ ଗୋଟି ଓ୍ବାର୍ଡର ୧୩ ଟି ବୁଥରେ ମତଦାନ ହୋଇଥିଲା । କୁଚିଣ୍ଡା ଏନଏସିରେ ମୋଟ ୧୧ ହଜାର ୮୩୦ ଭୋଟର ନିଜର ମନପସନ୍ଦର ଚେୟାରମ୍ୟାନ ଓ କାଉନସିଲର ପ୍ରାର୍ଥୀ ମତଦାନ ଜରିଆରେ ଚୟନ କରୁଛନ୍ତି। ନିର୍ବାଚନ ରଣାଙ୍ଗନରେ ରହିଛନ୍ତି ୪ଟି ଦଳର ପ୍ରାର୍ଥୀ। ଏଥର ୩୬ ଜଣ କାଉନସିଲର ପ୍ରାର୍ଥୀ ବିଭିନ୍ନ ଦଳରୁ ରହିଛନ୍ତି । ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୬ ନମ୍ବର ଓ୍ବାର୍ଡର ୭ ନମ୍ବର ବୁଥକୁ ପିଙ୍କ ବୁଥ ଭାବେ ନିଆଯାଇଥିବା ବେଳେ ତାକୁ ସୁନ୍ଦର ଭାବରେ ସାଜସଜ୍ଜା କରାଯାଇଛି। ଯେଉଥିରେ ସେଲଫି ପଏଣ୍ଟ, ହ୍ବଇଲ ଚେୟାର, ହେଲ୍ପଡେକ୍ସ, ଆଶ୍ରୟସ୍ଥଳୀ, ପାନୀୟ ଜଳ, ଫାଷ୍ଟଆଡ ବକ୍ସ ଭଳି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ବୁଥ ପରିଚାଳନା ପାଇଁ କେବଳ ମହିଳା କର୍ମଚାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ମଧ୍ୟ ମହିଳା ପୋଲିସଙ୍କ ହାତରେ ରହିଛି। ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.