ସମ୍ବଲପୁରୀ ଗାନା, ବାଜନା ଓ ସିନେମା ସାରା ବିଶ୍ବରେ ପହଞ୍ଚାଇବା ଲକ୍ଷ୍ୟ : ହାସ୍ୟ ଅଭିନେତା କେଦାର ପଟେଲ

By

Published : Sep 19, 2022, 9:26 PM IST

thumbnail

ହାଇଦ୍ରାବାଦ: ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ହାଇଦ୍ରାବାଦରେ ଆୟୋଜିତ ହୋଇଯାଇଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଭେଟଘାଟ- 2022 । ତେଲେଙ୍ଗାନାରେ ବସବାସ କରୁଥିବା ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କୁ ନେଇ ଅଗ୍ରଣୀ ସଂଗଠନ ‘‘ୱେଷ୍ଟର୍ଣ୍ଣ ଓଡିଶା ସୋସିଆଲ ଆଣ୍ଡ କଲଚରାଲ ଆସୋସିଏସନ’’ (ଓସାକା) ପକ୍ଷରୁ (ରବିବାର) ଏହି ମହତ୍ସୋବ ଆୟୋଜିତ ହୋଇଛି । ହାଇଦ୍ରାବାଦ ଶ୍ରୀନଗର କଲୋନୀ ସ୍ଥିତ ଶ୍ରୀ ଭେଙ୍କେଟଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପ ଠାରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ କୋଶଲୀ ଭାଷାର ଜଣାଶୁଣା ହାସ୍ୟ ଅଭିନେତା ଡ. କେଦାର ପଟେଲ, ମନ ପଟେଲ ଓ ବେବି କମେଡି କରିଥିବା ବେଳେ ସ୍ବନାମଧନ୍ୟ ମଞ୍ଚ ଗାୟିକା ମାନସୀ, ଯୁବ କଣ୍ଠଶିଳ୍ପୀ ପ୍ରତୀତି ମିଶ୍ର, ଆଶିଷ କୁମ୍ଭାର ପ୍ରମୁଖ ସମ୍ବଲପୁରୀ ସଂଗୀତ ପରିବେଷଣ କରିଥିଲେ । ଏନେଇ କଳାକାର ମାନେ ଇଟିଭି ଭାରତ ସହ ଅଧିକ ଆଲୋଚନା କରିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତାକର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.