ହାଇଦ୍ରାବାଦରେ ଜମିଲା ନୂଆଁଖାଇ ଭେଟଘାଟ, ସମ୍ବଲପୁରୀ ନାଚଗୀତରେ ଦୁଲୁକିଲା ମଞ୍ଚ

By

Published : Sep 18, 2022, 5:09 PM IST

Updated : Sep 18, 2022, 5:37 PM IST

thumbnail

ହାଇଦ୍ରାବାଦରେ ଜମିଲା ନୂଆଁଖାଇ ଭେଟଘାଟ । ସମ୍ବଲପୁରୀ ପାରମ୍ପରିକ ବାଦ୍ୟ ତାଳେ ତାଳେ ଦୁଲୁକିଲା ମଞ୍ଚ । ପ୍ରଥମେ ପଶ୍ଚିମାଞ୍ଚଳର ସମସ୍ତ ଇଷ୍ଟଦେବୀଙ୍କୁ ଆରାଧନା କରାଯାଇ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ପରେ ଦେବୀଙ୍କ ବନ୍ଦନା ପରେ ପରେ ସମସ୍ତେ ମିଳିତ ଭାବେ ନୂଆଁଖାଇ ଖାଇଥିଲେ । ଏଥିରେ ଦେବୀଙ୍କ ପ୍ରସାଦ ଓ ଆରିଷା ପଠା ପ୍ରସାଦ ରୂପେ ବଣ୍ଟାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଯାହା ସନ୍ଧ୍ୟା ଯାଏ ଚାଲିବ । ଓସାକା ପକ୍ଷରୁ ଆଜି ହାଇଦ୍ରାବାଦର ଶ୍ରୀଭେଙ୍କେଟଶ୍ବର ସ୍ବାମୀ କଲ୍ୟାଣ ମଣ୍ଡପରେ ଏହି ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥିଲା ।

Last Updated : Sep 18, 2022, 5:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.