ବାବୁସାନ-ତୃପ୍ତି-ପ୍ରକୃତି ବିବାଦ: ଆସିଲା ନୂଆ ଗୀତ

By

Published : Jul 28, 2022, 9:30 PM IST

thumbnail

କଟକ: ବାବୁସାନ-ପ୍ରକୃତି-ତୃପ୍ତିଙ୍କ ବିବାଦକୁ ନେଇ ଆସିଲା ନୂଆଗୀତ । ଯାହାର ଗୀତିକାର ଓ କଣ୍ଠଶିଳ୍ପୀ ରହିଛନ୍ତି ବିଭୁତି ସ୍ବାଇଁ । ଗତକିଛି ଦିନ ହେବ ଷ୍ଟାର ଦମ୍ପତିଙ୍କ ହାଇଡ୍ରାମା ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାସହିତ ଓଡିଆ ସିନେମା ଇଣ୍ଡଷ୍ଟ୍ରି ସାମ୍ପ୍ରତିକ ପରିସ୍ଥିତିରେ ସେଲିବ୍ରିଟିମାନଙ୍କ ବିଭିନ୍ନ ବିବାଦ କାରଣରୁ ନିନ୍ଦିତ ହୋଇଛି । ଏହାର ସିଧାସଳଖ ପ୍ରଭାବ ଓଲିଉଡ୍ ଓ ଦର୍ଶକଙ୍କ ଉପରେ ପଡିଛି । ଏଭଳି ପରିସ୍ଥିତିରେ ଗୀତିକାର ବିଭୂତି ସ୍ବାଇଁ ଏକ ଗୀତ ରେକର୍ଡିଂ କରି ଅଭିନେତା, ଅଭିନେତ୍ରୀ ଓ ଅନ୍ୟମାନଙ୍କୁ ସଚେତନ କରିବାକୁ ପ୍ରୟାସ କରିଛନ୍ତି । ତେବେ ଏହି ଗୀତ ମାଧ୍ୟମରେ ସିନେ ଇଣ୍ଡଷ୍ଟ୍ରିରେ ଘଟୁଥିବା ବାଦ ବିବାଦରେ ପୂର୍ଣ୍ଣଛେଦ ପକାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଗୀତିକାର । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.