ଟ୍ରାଫିକ ସଚେତନତାକୁ ନେଇ ଭାଇରାଲ ଗାର୍ଲ ପ୍ରୀତି ଏବଂ ଶୃତିଙ୍କ କ୍ଷୁଦ୍ର ଚଳଚ୍ଚିତ୍ର

By

Published : Jul 15, 2022, 2:27 PM IST

thumbnail

ନୟାଗଡ଼: ନୟାଗଡର ଭାଇରାଲ ଗାର୍ଲ ପ୍ରୀତି ସୁଲଗ୍ନା । ୩ କ’ ଓ ୪ କ’ ପଣିକିଆ ଆବୃତି କରି ଚର୍ଚ୍ଚାରେ ଥିବାବେଳେ ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଦୁଇ କୁନି ଭଉଣୀ ପ୍ରୀତି ସୁଲଗ୍ନା ଏବଂ ଶୃତି ସୁଲଗ୍ନା ସଚେତନତାର ଭିଡଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୁଇ ଉଭଣୀ ଟ୍ରାଫିକ ସଚେତନତାକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି l ସଡ଼କ ସୁରକ୍ଷା ଆଧାରିତ ଦୁଇ ମିନିଟ୍ ଅବଧି ବିଶିଷ୍ଟ ସଚେତନତା ମୂଳକ କ୍ଷୁଦ୍ର ଚଳଚ୍ଚିତ୍ର ଟି ର ନାଁ ହେଉଛି 'ହେଲମେଟ'। ଏହି ଭିଡିଓ ଉଭୟ ହିନ୍ଦୀ ଏବଂ ଓଡ଼ିଆ ଦୁଇଟି ଭାଷାରେ ପ୍ରସ୍ତୁତ ହୋଇଛି l ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା ନିଜ ସହପାଠୀ ଏବଂ ଅଭିଭାବକ ମାନଙ୍କ ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶପଲ୍ଲା ଏବଂ ରାଧା ମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟର ସହଯୋଗରେ ପ୍ରସ୍ତୁତ କରିଛନ୍ତି ଏହି ଛୋଟ ଚଳଚିତ୍ର । ଗତ ବର୍ଷ ସଡ଼କ ସଚେତନତାକୁ ନେଇ କୁରେଶଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ ପାଇଁ ସରକାରଙ୍କ ପକ୍ଷରୁ ପୁରସ୍କୃତ ହୋଇଥିଲେ କୁରେଶ l ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା-୨୦୨୨ ରେ ସାମିଲ୍ ହୋଇଥିବା ୨୩୦ଟି ଚଳଚ୍ଚିତ୍ର ମଧ୍ୟରେ ଶ୍ରେଷ୍ଠ ୪୨ଟି ଚଳଚିତ୍ରରେ ଏହି ହେଲମେଟ ଚଳଚିତ୍ରଟି ସ୍ଥାନ ପାଇଛି l

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.