ଖଡିଆଳରେ ଜମୁଛି ନବରାତ୍ରୀ ପୂଜା, ଛତିଶଗଡରୁ ଆସୁଛନ୍ତି ଶ୍ରଦ୍ଧାଳୁ

By

Published : Oct 1, 2022, 1:54 PM IST

thumbnail

ନୂଆପଡା: ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳର ପଟ୍ଟନାୟକ ପଡା ଠାରେ ଜମୁଛି ନବରାତ୍ରୀ ଦୁର୍ଗା ପୂଜା । ମା'ଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଖଡ଼ିଆଳ ପଟ୍ଟନାୟକ ପଡା ଦୁର୍ଗା ମଣ୍ଡପରେ ପ୍ରତିଦିନ ପ୍ରାତଃ ଏବଂ ସନ୍ଧ୍ୟା ସମୟରେ ଦେବୀ ଦୁର୍ଗାଙ୍କ ସାମୂହିକ ଆଳତୀ କରାଯାଏ । ଆଳତୀରେ ସହରର ହଜାର ହଜାର ଭକ୍ତ ସାମିଲ ହୋଇ ଦେବୀ ମା'ଙ୍କ ଆଶିଷ ନେଇଥାନ୍ତି । ଏହି ନବରାତ୍ରୀ ପୂଜା ଅବସରରେ ଭଜନ କୀର୍ତ୍ତନରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରୁଛି ପଟ୍ଟନାୟକ ପଡା ପୂଜା ମଣ୍ଡପ । ଝିକମିକ୍ ଆଲୋକ ସଜ୍ଜାରେ ସଜ୍ଜିତ ମା'ଙ୍କ ସୁଉଚ୍ଚ ତୋରଣ ବେଶ୍ ଶୋଭା ପାଉଛି । ମା'ଙ୍କୁ ଦର୍ଶନ କରିବା ପାଇଁ ପଡୋଶୀ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.