ଛାତରେ ଶୋଇଥିଲେ ପୁରା ପରିବାର: ଗ୍ରୀଲ କାଟି ଘରୁ କଳାକନା ବୁଲାଇଲେ ଲୁଟେରା

By

Published : Jun 1, 2022, 1:58 PM IST

thumbnail

ଖୋର୍ଦ୍ଧା: ଘରେ କଳାକନା ବୁଲାଇଲେ ଲୁଟେରା । ଗ୍ରୀଲ କାଟି ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା । ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଟାଙ୍ଗିଆପଡା ଗାଁର ବସନ୍ତ ବେହେରାଙ୍କ ଘରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ସୂଚନା ଅନୁସାରେ,ଅସହ୍ୟ ଗରମ ହେବା କାରଣରୁ ଛାତ ଉପରେ ଶୋଇଥିଲେ ବସନ୍ତ ଓ ତାଙ୍କ ସମସ୍ତ ପରିବାର ସଦସ୍ୟ । ଏହାର ସୁଯୋଗ ନେଇ ଲୁଟେରାମାନେ ଘର ଗ୍ରୀଲ କାଟି ଭିତରେ ପଶି ଲୁଟ କରିଛନ୍ତି । ଅଭିଯୋଗ ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.