ମୁମ୍ବାଇ ଗଲେ ପ୍ରକୃତି, ମନ୍ମଥ କହିଲେ ସେ କେସ୍ ଉଠାଇଲେ ଆମେ କେସ ଉଠାଇ ନେବୁ

By

Published : Aug 1, 2022, 3:10 PM IST

thumbnail

ଭୁବନେଶ୍ବର: ବାବୁସାନ-ତୃପ୍ତି-ପ୍ରକୃତି ବିବାଦକୁ ନେଇ ଥମିଛି ଝଡ଼ । ବାବୁସାନ ତୃପ୍ତିଙ୍କ ମଧ୍ୟରେ ମନ ମାଳିନ୍ୟ ନେଇ ଜାରି ରହିଛି ଆପୋଷ ବୁଝାମଣା । ଏହାରି ମଧ୍ୟରେ ଆଜି ମୁମ୍ବାଇ ଯାତ୍ରା କରିଛନ୍ତି ପ୍ରକୃତି ମିଶ୍ର । ଏନେଇ ଗଣ ମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତିଙ୍କ ବାପା ସଙ୍ଗୀତଜ୍ଞ ମନ୍ମଥ ମିଶ୍ର । ସେ କହିଛନ୍ତି ଯେ, ''ଏହା ସମୟ ସମୟର ଖେଳ, ସମୟ କେତେବେଳେ ନାୟକ ତ କେତେବେଳେ ଖଳନାୟକ ।" ବର୍ତ୍ତମାନ ଉଭୟ ପରିବାରରେ ଆସିଛି ସ୍ବଭାବିକ ସ୍ଥିତି । ସଭିଏଁ ନିଜ ନିଜରେ କର୍ମକ୍ଷେତ୍ରକୁ ଫେରିଛନ୍ତି । ପ୍ରକୃତି ମଧ୍ୟ ମୁମ୍ବାଇ ଯାଇଛନ୍ତି । ମୁଁ ମଧ୍ୟ ମୋ କାମ ଆରମ୍ଭ କରିଥିବା କହିଛନ୍ତି ମନ୍ମଥ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଆଇନଗତ ଦିଗକୁ ନେଇ ସାହାରା ନେଇଥିଲି ଯଦି ସେ ଅଭିଯୋଗ ଉଠାଇନେବେ ଆମେ ବି ଅଭିଯୋଗ ଫେରାଇ ନେବୁ । କଳାକାର ଲୋକ ଆଇନ କାନୁନ ଭିତରେ ଛନ୍ଦି ହେବାକୁ ଚାହୁଁନଥିବା କହିଛନ୍ତି ମନ୍ମଥ । ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.