ମହାମାୟାଙ୍କ ମହାଷ୍ଟମୀ, ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ

By

Published : Oct 3, 2022, 1:54 PM IST

thumbnail

ଧରାପୃଷ୍ଠରେ ପୂଜା ପାଉଛନ୍ତି ମା' ଜଗତ ଜନନୀ । ଆଜି ମହାମାୟାଙ୍କ ମହାଷ୍ଟମୀ । ଏ ନେଇ ସବୁଠ ଉତ୍ସବର ମହୋଲ । ଯାଜପୁର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କ ଅଷ୍ଟମୀ ପୂଜା ହୋଇଛି । ମଣ୍ଡପରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି l ଦୁଇବର୍ଷ ହେବ କୋଭିଡ କଟକଣା ଯୋଗୁଁ ଦୁର୍ଗାପୂଜା ଫିକା ପଡିଥିଲା । ହେଲେ ଏଥର କଟକଣା ମୁକ୍ତ ପୂଜା ହେଉଥିବାରୁ ମା' ଦୁର୍ଗାଙ୍କ ଅଷ୍ଟମୀ ପୂଜାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି l ଜିଲ୍ଲାର ବିଂଝାରପୁର, ଦଶରଥପୁର, ଯାଜପୁର, ଧର୍ମଶାଳା, କୋରେଇ, ରସୁଲପୁର, ବରୀ, ବଡ଼ଚଣା, ସୁକିନ୍ଦା,ଦାନଗଦି ବ୍ଳକ ସମେତ ଦୁଇଟି ପୌର ପରିଷଦରେ ମଣ୍ଡପରେ ମାଙ୍କ ଅଷ୍ଟମୀ ପୂଜା ଆରମ୍ଭ ହେଇଛି । ଭିଡକୁ ଦୃଷ୍ଟିରେ ରଖି ଯାଜପୁର ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି ସୂଚନା ଡେଇଛନ୍ତି l ତେବେ ପ୍ରତ୍ୟେକ ପୂଜା ମଣ୍ଡପରେ ପୂଜାର ମହାଲୋ କିଭଳି ଅଛି ବ୍ୟାସନଗର ସ୍ଥିତ ମୁଣ୍ଡମାଳ ପୂଜା ମଣ୍ଡପରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.