ଚଣ୍ଡୀ ମନ୍ଦିର ସମ୍ମୁଖରେ ଏକାଠି ମିଠା ବାଣ୍ଟିଲେ ହିନ୍ଦୁ-ମୁସଲିମ

By

Published : Sep 30, 2022, 3:47 PM IST

thumbnail

କଟକ: ଭାଇଚାରାର ସହର କଟକରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ । ହିନ୍ଦୁ ଓ ମୁସଲମାନ ଭାଇମାନେ ଏକାଠି ମିଶି ମିଠା ବାଣ୍ଟୁଥିବାର ଦେଖିବାକୁ ମିଳିଛି । କଟକ ଚଣ୍ଡୀ ମନ୍ଦିର ସମ୍ମୁଖରେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ମିଶି ଶ୍ରଦ୍ଧାଳୁଙ୍କୁ ମିଠା ବଣ୍ଟନ କରିଛନ୍ତି । ଆଗକୁ ଦୁର୍ଗା ପୂଜା ଆସୁଥିବାରୁ ମିଠା ବଣ୍ଟନ କରି ଖୁସି ପ୍ରକାଶ କରିଛନ୍ତି ଉଭୟ ଧର୍ମର ଲୋକେ । ବିଶେଷ କରି କଟକର ଯୁବପିଢିମାନେ ଭାଇଚାରାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ଯାହାର ଦିଗ ଦର୍ଶନ କଟକ ଚଣ୍ଡୀ ମନ୍ଦିର ଠାରେ ଦେଖିବାକୁ ମିଳିଛି । ନିଶ୍ଚିତ ଭାବରେ ଏହି ବାର୍ତ୍ତା ଆଗାମୀ ଦିନରେ ଜାତି ଓ ଧର୍ମକୁ ନେଇ ଲଢ଼େଇ କରୁଥିବା ଲୋକଙ୍କ ପାଇଁ ଏକ ଉଦାହରଣ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.