ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

By

Published : Sep 17, 2022, 11:45 AM IST

thumbnail

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ଚାଷୀ ବାରହା ଉପଦ୍ରବରୁ ଜଙ୍ଗଲ ରକ୍ଷା ଓ ଚାଷୀକୁ ଆବଶ୍ୟକ ଅନୁସାରେ ସାର ଯୋଗାଣ ଦାବି କରାଯାଇଛି । ଅଧିକାଂଶ ଗ୍ରାମରେ ଜଙ୍ଗଲ ପଶୁ ବାରହା ପ୍ରବେଶ ଯୋଗୁଁ ବହୁ ଚାଷୀଙ୍କ ଫସଲ ଖାଇ ନଷ୍ଟ କରିଦେଉଛନ୍ତି। ଏନେଇ ବନବିଭାଗ ସହ ସ୍ଥାନୀୟ ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହେଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ତୁରନ୍ତ ପଦକ୍ଷେପ ନେବାକୁ ଦାବି କରି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ କମିଟି ସହ ମିଳିତ ଭାବରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.