Digital Dialogue: ମହିଳାମାନେ ନିଜର ପରିଚୟ ନିଜେ ତିଆରି କରନ୍ତୁ କହିଲେ ସୁକୀର୍ତ୍ତି ପଟ୍ଟନାୟକ

By

Published : May 8, 2022, 5:47 PM IST

thumbnail

ଭୁବନେଶ୍ବର: ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ମହିଳା ବାଣିଜ୍ୟ ମେଳା (Women Business Mela) । ତାହା ପୁଣି ଓଡ଼ିଶାରେ । ମହିଳା ମାନଙ୍କ ଦ୍ବାରା ମହିଳାଙ୍କ ପାଇଁ ହେଉଥିବା ଏହି ବାଣିଜ୍ୟ ମେଳାରେ ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ପାଇଁ ଆଣିଛି ସେମାନଙ୍କ ବ୍ୟବସାୟକୁ ସୋ-କେସ କରିବାର ଗୋଟିଏ ବଡ଼ ପ୍ଲାଟଫର୍ମ । ଖାଲି ମହିଳା ଉଦ୍ୟୋଗୀ ନୁହଁନ୍ତି, ଏହି ବାଣିଜ୍ୟ ମେଳାରେ ସାମିଲ ହୋଇଛନ୍ତି ମିଶନ ଶକ୍ତି ଦ୍ବାରା ପ୍ରୋତ୍ସାହିତ ସ୍ବୟଂ ସହାୟକ ଗୋଷ୍ଠୀ ଓ ଆଦିବାସୀ ମହିଳା ଉଦ୍ୟୋଗୀ । ମାର୍କେଟ ଲିଙ୍କେଜ ସହ ବାଣିଜ୍ୟ ମେଳାରେ ମହିଳା ଉଦ୍ୟୋଗୀଙ୍କ ପାଇଁ ମିଳୁଛି ଇନଭେଷ୍ଟର କନେକସନ୍ । ଏଥର ଇଟିଭି ଭାରତ ଡିଜିଟାଲ ଡାଇଲଗରେ ଆମ ସହ ଅଛନ୍ତି ମହିଳା ବାଣିଜ୍ୟ ମେଳାର ଆୟୋଜକ ତଥା ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ୱମେନ ଏଣ୍ଟରପ୍ରିନର କାଉନସିଲର କୋ- ଚେୟାରମ୍ୟାନ ସୁକୀର୍ତ୍ତି ପଟ୍ଟନାୟକ । କେବେ ବି ନିଜ ସ୍ବପ୍ନକୁ ମାରିବେ ନାହିଁ । ନିଜ ଶିଶୁ ପରି ବ୍ୟବସାୟକୁ ଦେଖିବା ପାଇଁ ସେ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି । ଯଦ୍ଦ୍ବାରା ନିଜେ ସଫଳ ହେବା ସହ ଦେଶ ମଧ୍ୟ ଉନ୍ନତି କରିବ ବୋଲି କହିଛନ୍ତି ସେ । ତେବେ ସୁକୀର୍ତ୍ତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଓଡି଼ଶା ବ୍ୟୁରୋ ଚିଫ୍ ରୁଦ୍ର ନାରାୟଣ ଦାସ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.