ଝଲସୁଛି ନୟାଗଡ଼, ମାଆଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ଼

By

Published : Oct 4, 2022, 1:14 PM IST

thumbnail

ପାର୍ବଣର ଆଗମନରେ ଧରାପୃଷ୍ଠକୁ ଓହ୍ଳାଇ ଆସିଛନ୍ତି ଜଗତ ଜନନୀ । ଏଥିପାଇଁ ପୂରପଲ୍ଲୀ ଉତ୍ସବ ମୁଖର । ନୟାଗଡ଼ର ବିଭିନ୍ନ ପୂଜା ମଣ୍ଡପରେ ବିରାଜମାନ କରିଛନ୍ତି ମା । ସୁନ୍ଦର ମୂର୍ତ୍ତି ଏବଂ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ ହୋଇଛି ବିଭିନ୍ନ ପୂଜା ମଣ୍ଡପ । ଜିଲ୍ଲାର 8ଟି ବ୍ଲକ ରଣପୁର, ନୟାଗଡ଼, ଓଡଗାଁ, ଭାପୁର, ନୂଆଗାଁ ଦଶପଲ୍ଲା ଏବଂ ଖଣ୍ଡପଡ଼ାରେ ପୂଜା ମଣ୍ଡପ ତିଆରି ହୋଇଛି । ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଦୀର୍ଘ ଦୁଇ ବର୍ଷ ପରେ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି । ଇଟିଭି ଭାରତ, ନୟାଗଡ଼

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.