ବଲାଙ୍ଗୀରରେ ସିନିୟର ଛାତ୍ରଙ୍କୁ ଜୁନିୟରଙ୍କ ନିର୍ଦ୍ଧୁମ ମାଡ, ଭିଡିଓ ଭାଇରାଲ

By

Published : Oct 1, 2022, 7:12 AM IST

thumbnail

କଲେଜ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ । ସିନିୟର ଛାତ୍ରଙ୍କୁ ମାଡମାରି ଲହୁ ଲୁହାଣ କଲେ ଜୁନିୟର ଛାତ୍ର । ବଲାଙ୍ଗୀରରେ ଜଣେ ଛାତ୍ରଙ୍କୁ କଲେଜ ବାହାରେ ମାଡ ମାରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣାଟି ବଲାଙ୍ଗୀର ସଇଁତଳା ବ୍ଲକ ସ୍ଥିତ ପଞ୍ଚାୟତ ସମିତି କଲେଜ ପରିସରରେ ଘଟିଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ଛାତ୍ର ଜଣକ ସେହି କଲେଜ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର କାହ୍ନା ତାଣ୍ଡି ବୋଲି ଜଣାପଡିଛି । ଏନେଇ କାହ୍ନା ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗୁରୁବାର ଦିନ ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ର ତାଙ୍କ ପାଖକୁ ଆସି ନାମ ଗ୍ରାମ ପଚାରିଥିଲେ ଏବଂ ଖରାପ ବ୍ୟବହାର କରିଥିଲେ । ଏହା ପରେ ସେ ମୁଁ ତୁମର ସିନିୟର ମୋ ସହ ଭଲରେ କଥା ହୁଅ ବୋଲି କହିବାରୁ ତାଙ୍କୁ କଲେଜ ବାହାରକୁ ଡାକିନେଇଥିଲେ ଅନ୍ୟ ଛାତ୍ରମାନେ । ଏହାପରେ କଲେଜ ବାହାରେ କିଛି ଯୁବକ ଓ କଲେଜ ଛାତ୍ର ମିଶି କାହ୍ନାଙ୍କୁ ରାସ୍ତାରେ ଗୋଡେଇ ଗୋଡେଇ ମାଡ ମାରିଥିଲେ । ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ରାଗିଂ ଯୋଗୁଁ ଏହି କାଣ୍ଡ ଘଟିଥିବା କୁହାଯାଉଥିବାବେଳେ, ତଦନ୍ତ ପରେ ଅସଲ କଥା ସାମ୍ନାକୁ ଆସିପାରେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.