ବ୍ୟବସାୟୀଙ୍କ ବାଇକରୁ ଅଢେଇ ଲକ୍ଷ ଟଙ୍କା ଲୁଟ, ସିସିଟିଭିରେ କଏଦ ହେଲା ଦୃଶ୍ୟ

By

Published : Dec 17, 2020, 2:23 PM IST

thumbnail

ନବରଙ୍ଗପୁର: ଜିଲ୍ଲାର ଉମରକୋଟ ସହରରେ ଜଣେ ବ୍ୟବସାୟୀଙ୍କ ବାଇକରୁ ଅଢେଇ ଲକ୍ଷ ଟଙ୍କା ଚୋରି ହେଇଥିବା ଅଭିଯୋଗ ହେଇଛି। ଚୋରିର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ । ଉମରକୋଟର ସଞ୍ଜୟ ତ୍ରୀପାଠୀ ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । କିଛି ଜିନିଷ କିଣିବାକୁ ଦୋକାନ ଆଗରେ ବାଇକ ରଖି ଯିବା ଭିତରେ ଜଣେ ଦୁର୍ବୃତ୍ତ ତାଙ୍କ ବାଇକୁ ଅଢେଇ ଲକ୍ଷ ଟଙ୍କା ଚୋରି କରି ନେଇଛି । ଚୋରି ସମୟର ସମସ୍ତ ଦୃଶ୍ୟ ସେଠି ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.