ଜଗତସିଂହପୁରରେ ମା' ଜଗତଜନନୀଙ୍କ ଷଷ୍ଠୀ ପୂଜା, ଦେଖନ୍ତୁ ଭିଡିଓ...

By

Published : Oct 11, 2021, 10:16 PM IST

thumbnail

ଜଗତସିଂହପୁର: ସହରର ବିଭିନ୍ନ ସ୍ଥାନରେ ଆଜି ମୃଣ୍ମୟୀ ପୂଜା ମଣ୍ଡପରେ ମହମାୟାଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଛି । ସକାଳୁ କଳସ ଯାତ୍ରା ସହିତ ପ୍ରାଣ ପ୍ରତିଷ୍ଠା କରାଯିବା ପରେ ବିଭିନ୍ନ ପୂଜାବିଧି ଜାରି ରହିଛି । ସେହିଭଳି ପୀଠ ଦେବୀଙ୍କ ନିକଟରେ ମହାସପ୍ତମୀ ପୂଜା ପାଳିତ ହେଉଛି । ଏନେଇ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠରେ ମହା ସପ୍ତମୀ ପୂଜା ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ.... ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ ସେହିଭଳି ନାଉଗାଁର ପ୍ରତିଷ୍ଠିତ ଦେବୀ ମା' କୁତାମ ଚଣ୍ଡୀ, ଓ କନକ ଦୁର୍ଗାଙ୍କ ପୀଠରେ ମଧ୍ୟ ନିରାଡ଼ମ୍ବର ଭାବେ ମହମାୟାଙ୍କ ସପ୍ତମୀ ପୂଜା କରାଯାଉଛି । ଆଉ ଏହି ପାର୍ବଣରେ ଦେବୀପୀଠ ଚଳଚଞ୍ଚଳ ହୋଇ ପଡ଼ିଥିବା ବେଳେ ପୂଜା ମଣ୍ଡପ ଗୁଡିକରେ କୋଭିଡ କଟକଣା ଯୋଗୁଁ ଫିକା ପଡିଛି ପୂଜା । ତେବେ ମଣ୍ଡପ ଗୁଡିକ ରେ ସର୍ଵ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଭକ୍ତ ମାନେ ମା'ଙ୍କ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.