ମହାସପ୍ତମୀ: ଆରମ୍ଭ ହେଲା ମା' ଯୋଗମାୟାଙ୍କ ଆବାହନ

By

Published : Oct 12, 2021, 2:03 PM IST

thumbnail

ଅନୁଗୋଳ: ଆଜି(ମଙ୍ଗଳବାର) ହେଉଛି ପବିତ୍ର ମହାସପ୍ତମୀ । ମଣ୍ଡପ ମାନଙ୍କରେ ଆରମ୍ଭ ହୋଇଛି ଦେବୀ ଦଶଭୂଜାଙ୍କ ପୂଜା ଉତ୍ସବ। କୋଭିଡ କଟକଣା ମାନି ଅନୁଗୋଳ ସହରର ବିଭିନ୍ନ ପୂଜା ମଣ୍ଡପ କରାଯାଉଛି ମା'ଙ୍କ ଆରାଧନା । ମା'ଙ୍କ ଧରାବତରଣ ପରେ ଆଜି ମଣ୍ଡପ ମାନଙ୍କରେ ଆରମ୍ଭ ହୋଇଛି ମା'ଙ୍କ ସପ୍ତମୀ ପୂଜା । ବିଦ୍ଧିପୂର୍ବକ ଷଷ୍ଠୀ ସନ୍ଧ୍ୟା ଅର୍ଥାତ ସୋମବାର ରାତ୍ରରେ ବିଲ୍ଵବରଣ କରାଯାଥିଲା । ଆଜି ଗଙ୍ଗା ଆବାହନ ଅର୍ଥାତ କଳସ ଯାତ୍ରା ପରେ ମୃଣ୍ମୟୀ ମୂର୍ତ୍ତିରେ ଚକ୍ଷୁଦାନ ପରେ ହେଉଛି ମହାସପ୍ତମୀ ପୂଜା । ଏଥିପାଇଁ ମଣ୍ଡପ ମାନଙ୍କରେ ବିଶେଷ ପୂଜା ନୀତି ସମ୍ପୂର୍ଣ୍ଣ ହେଉଛି । ସହରର ସମସ୍ତ ମଣ୍ଡପରେ କେବେଳ ବିଧି ଅନୁଯାୟୀ ପୂଜା କରାଯାଉଥିବା ବେଳେ ବିନା ଭକ୍ତରେ ମା'ଙ୍କ ପୂଜା କରାଯାଉଛି । ଗତ ବର୍ଷ ପରି ଏଥର ମଧ୍ୟ ମଣ୍ଡପ ଗୁଡିକୁ ଚାରିପଟୁ ଆବଦ୍ଧ କରାଯାଇ ପୂଜା କରାଯାଉଛି । କୌଣସି ଭକ୍ତ ମଣ୍ଡପକୁ ନ ଆସିବାକୁ ମଣ୍ଡପ ଗୁଡିକ ପକ୍ଷରୁ ନିବେଦନ କରାଯାଇଛି । ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.