କନ୍ଧମାଳରେ ପ୍ରଥମ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ: ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ

By

Published : Aug 10, 2020, 2:16 PM IST

thumbnail

ଫୁଲବାଣୀ: କୋରୋନାରେ ଜିଲ୍ଲାର ଜଣେ କୋଭିଡ ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି । ଟିକାବାଲି ଥାନାର ଲାଇନପଡା ଫାଣ୍ଡି ଅଧିକାରୀ ଏଏସଆଇ ମହାଜନ ପ୍ରଧାନ କୋରୋନାରେ ଆକ୍ରାନ୍ତ ଥିଲେ। ଫୁଲବାଣୀ ପୋଲିସ ରିଜର୍ଭ ପଡ଼ିଆରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯିବା ପରେ ଶେଷକୃତ୍ୟ କରାଯାଇଛି। ଏଏସଆଇ ମହାଜନ ପ୍ରଧାନ କିଛି ଦିନ ଧରି ଅସୁସ୍ଥ ହେବା ପରେ ତାଙ୍କୁ ଟେଷ୍ଟ କରାଯାଇଥିଲା ଏବଂ ପରେ ପଜିଟିଭ ହେବାରୁ ଚିକିତ୍ସା ଚାଲିଥିଲା କୋଭିଡ ହସ୍ପିଟାଲରେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପୋଲିସ ରିଜର୍ଭ ପଡିଆରେ ତାଙ୍କର ପାର୍ଥିବ ଶରୀରକୁ ଆଣାଯାଇ ଗାର୍ଡ ଅଫ ଅନର ଦିଆଯାଇଥିଲା । ଜିଲ୍ଲାପାଳ,ଏସପି ଓ ଅନ୍ୟ ଅଧିକାରୀ ସମ୍ମାନ ଜଣାଇବା ପରେ ପୋଲିସଙ୍କ ତରଫରୁ ଶେଷକୃତ୍ୟ କରାଯାଇଛି। ଜିଲ୍ଲାରେ ପ୍ରଥମ କୋରୋନା ଯୋଦ୍ଧା ଭାବେ ତାଙ୍କର ମୃତ୍ୟୁ ହୋଇଛି। ଜିଲ୍ଲାରେ ମୋଟ ପାଞ୍ଚ ଜଣଙ୍କ କୋରୋନାରେ ଜୀବନ ଗଲାଣି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.