ସନ୍ଦେହ ବଢାଇଲା ଭିଡିଓ, ସୌମ୍ୟଙ୍କ ଜମାନବନ୍ଦୀ ବେଳେ ଉପସ୍ଥିତ ଥିଲେ ଡିଏଫଓ

By

Published : Aug 20, 2021, 8:32 PM IST

thumbnail

ଗଜପତି: ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାର ମୁଖ୍ୟ ସନ୍ଦିଗ୍ଧ ଡିଏଫଓ । ଡିଏଫଓ ସଂଗ୍ରାମ କେଶରୀ ଓ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା । ସେହିମାନେ ହିଁ ସୌମ୍ୟଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ସେପଟେ ଏହି ମୃତ୍ୟୁ ମାମଲାରେ ଦିନ ଯେତିକି ଗଡୁଛି, ସେତିକି ଆସୁଛି ନୂଆ ନୂଆ ସସପେନ୍ସ । ଏପରିସ୍ଥଳରେ ଡିଏଫଓଙ୍କ ଏକ ଭାଇରାଲ ଭିଡିଓ ଏବେ ତାଙ୍କ ଉପରେ ଉଠିଥିବା ସନ୍ଦେହକୁ ଆହୁରି ମଜବୁତ କରିଛି । ଭିଡିଓଟିରେ ଡିଏଫଓ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଉପସ୍ଥିତ ଥିବା ଦେଖାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ସୌମ୍ୟଙ୍କ ଜମାନବନ୍ଦୀ ରେକର୍ଡ ବେଳେ ସେଠାରେ କ'ଣ କରୁଥିଲେ ଡିଏଫଓ । ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.