Panchayat Election: ଏଥର ନିର୍ବାଚନରେ ଗଞ୍ଜାମରେ ଦୁଇ ଅଙ୍କ ଛୁଇଁବ ବିଜେପି

By

Published : Feb 9, 2022, 2:17 PM IST

thumbnail

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ଗାଁରେ ଜୋରସୋର ଚାଲିଛି ନିର୍ବାଚନ ପ୍ରଚାର । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ପ୍ରଚାର ସମୟରେ ବରିଷ୍ଠ ବିଜେପି ନେତା ପ୍ରଶାନ୍ତ କର ଛତ୍ରପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଚଳିତବର୍ଷ ଦଳର ତୃଣମୂଳ ସ୍ତରରେ ସଙ୍ଗଠନ ବୃଦ୍ଧି ସାଙ୍ଗକୁ ବିଜେଡ଼ି ଦଳର ଅନ୍ତ କନ୍ଦଳ, ଜନ ଅସନ୍ତୋଷ ରହିଥିବା ଯୋଗୁଁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଇଟିଭି ଭାରତକୁ କହିଛନ୍ତି ଦଳର ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା । ଛତ୍ରପୁର ବ୍ଳକର ୨୦ ନମ୍ବର ଜୋନରେ ଏନ୍ .ଦିନବନ୍ଧୁ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ମଇଦାନକୁ ଓଲ୍ଳାଇଥିବା କୁହାଯାଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.