ମହିଳାଙ୍କ ପାଇଁ ଲଢେଇ ଜାରି ରଖିବ ବିଜେଡି: ନବୀନ

By

Published : Dec 26, 2020, 4:58 PM IST

thumbnail

ଭୁବନେଶ୍ବର: ଆଜି ବିଜେଡିର 24 ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତିଷ୍ଠା ଦିବସ ଅବସରରେ ଉଦବୋଧନ ଦେଇ ବିଜେଡି ସର୍ବଦା ମହିଳାଙ୍କ ପାଇଁ ଲଢେଇ ଜାରି ରଖିବ ବୋଲି ନବୀନ କହିଛନ୍ତି । ମା’ ମାନଙ୍କ ବିନା ପ୍ରଗତିର ରଥ ଆଗେଇ ପାରିବ ନାହିଁ । ମାଆ ଆଗେଇ ଆସିଲେ ସମାଜ ଆଗେଇ ଆସିବ। ବିଜୁ ବାବୁ କହିଥିଲେ, ଯିଏ ରୋଷେଇ ଓ ଘର ଭଲରେ ଚଳାଇ ପରେ ସେ ପଞ୍ଚାୟତ ମଧ୍ୟ ଚଳାଇ ପାରିବ । 1992ରେ ବିଜୁ ବାବୁ ସଂରକ୍ଷଣ କରି ଦେଶରେ ଇତିହାସ ସୃଷ୍ଟି କରିଥିଲେ । ତାଙ୍କର ଆଦର୍ଶରେ ବିଜେଡି ମଧ୍ୟ 50 ପ୍ରତିଶତ ସଂରକ୍ଷଣ କରିଛି । ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ଦେଇଛି । ତେବେ ନିର୍ବାଚନ ସମୟରେ ଅନେକ ବଡ ବଡ ଦଳମାନେ କେବଳ କଥା କୁହନ୍ତି ହେଲେ ନିର୍ବାଚନ ଆସିଲେ ସବୁ ପ୍ରତିଶୃତିକୁ ଭୁଲି ଯାଆନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.