Tokyo Paralympics: ଆଇସକ୍ରିମ କାଠିରେ ପାରାଲମ୍ପିକ୍ସ ଷ୍ଟାଡିୟମ ତଆରି କଲେ ଦଶମ ଶ୍ରେଣୀ ଛାତ୍ରୀ

By

Published : Aug 24, 2021, 8:36 PM IST

thumbnail

ପୁରୀ: ଆଇସକ୍ରିମ କାଠିରେ ଟୋକିଓ ପାରାଲମ୍ପିକ୍ସ ଷ୍ଟାଡିୟମ ତିଆରି କରି ଭାରତୀୟ ପାରା କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଜଣେ ଦଶମ ଶ୍ରେଣୀ ଛାତ୍ରୀ । ଏହି ଛାତ୍ର ଜଣଙ୍କ ନାମ ହେଉଛି ନନ୍ଦିନୀ ପଟ୍ଟନାୟକ । 1500 ଆଇସକ୍ରିମ କାଠିରେ ସେ ତିଆରି କରିଛନ୍ତି ପାରାଲମ୍ପିକ୍ସ ଷ୍ଟାଡିୟମ । ପୁରା ଦୁଇଦିନ ସମୟ ନେଇ ସେ ୧୮ ଇଞ୍ଚ ଉଚ୍ଚ ୨୦ ଇଞ୍ଚ ଚଉଡ଼ାର ପାରାଲମ୍ପିକ୍ସ ଷ୍ଟାଡିୟମ ପ୍ରତିକୃତି ତିଆରି କିରଛନ୍ତି । ଏହାପୂର୍ବରୁ ମଧ୍ୟ ସେ ଟୋକିଓ ଅଲମ୍ପିକ୍ସ ପାଇଁ ଆଇସକ୍ରିମ କାଠିରେ ତିଆରି କରିଥିଲେ ଏକ ଷ୍ଟାଡିୟମ । ଭାରତୀୟ ପାରା କ୍ରୀଡ଼ାବିତଙ୍କ ଉତ୍ସର୍ଗୀକୃତ ହୋଇଥିବା ଏହି କଳାକୃତିକୁ ବେଶ ପ୍ରଶଂସା କରିଛନ୍ତି କ୍ରୀଡ଼ାପ୍ରେମୀ । ଟୋକିଓରେ ଆଜିଠାରୁ ଆରମ୍ଭ ହୋଇଛି ପାରାଲମ୍ପିକ୍ସ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.