ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ହାତାହାତି

By

Published : Mar 12, 2022, 6:51 PM IST

Updated : Feb 3, 2023, 8:19 PM IST

thumbnail

ନୟାଗଡ଼: ନାଏବ ସରପଞ୍ଚ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ହାତାହାତି । ନୟାଗଡ଼ ଜିଲ୍ଲା ମାଇଛେଳି ପଞ୍ଚାୟତ ଅନ୍ତର୍ଗତ ସମ୍ପଡ଼ା ଠାରେ ଗତକାଲି ଅନୁଷ୍ଠିତ ହୋଇଥିବା ନାଏବ ସରପଞ୍ଚ ନିର୍ବାଚନକୁ ନେଇ ପଞ୍ଚାୟତର ଦୁଇ ଗୋଷ୍ଠୀ ମଧ୍ୟରେ ଚକାପଞ୍ଝା ଲାଗି ରହିଥିଲା l ଏପରିକି ଏହି ଘଟଣାକୁ ନେଇ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି । ରାସ୍ତା ଉପରେ ୨ ଜଣ ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ଲୋକେ ଟଣାଓଟରା କରିବା ସହ ପୋଲିସ ଉପସ୍ଥିତିରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି l ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି l ସ୍ଥାନୀୟ ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 3, 2023, 8:19 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.