Panchayat Election: ରଣାଙ୍ଗନରେ ଆଇନଜୀବୀ, ଚାଲିଛି ଜୋରଦାର ପ୍ରଚାର

By

Published : Feb 11, 2022, 11:25 AM IST

Updated : Feb 3, 2023, 8:11 PM IST

thumbnail

କେନ୍ଦ୍ରାପଡ଼ା: ଆସୁଛି ପଞ୍ଚାୟତ ନିର୍ବାଚନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ଗାଁରେ ଜୋରସୋର ଚାଲିଛି ନିର୍ବାଚନ ପ୍ରଚାର। କେନ୍ଦ୍ରାପଡା ଜିଲ୍ଲାର ୫ ନମ୍ବର ଜୋନରେ ଏଥର ଟାଣୁଆ ପ୍ରାର୍ଥୀ ଥିବାବେଳେ ତିନି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କାର ହେବାକୁ ଯାଉଛି । ଜିଲ୍ଲାରେ ଶାସକ ଦଳ ପକ୍ଷରୁ ଏକାଧିକ ଶିକ୍ଷିତ ଓ ଯୁବଗୋଷ୍ଠୀ ଚଳିତ ନିର୍ବାଚନରେ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । କେନ୍ଦ୍ରାପଡ଼ା ବ୍ଲକର ପ୍ରଥମ ତଥା ଜିଲ୍ଲାର ୫ନମ୍ବର ଜୋନରେ ବିଜେଡି ପ୍ରାର୍ଥିନୀ ଲିଲିତା ଦାସ ବୃତ୍ତିରେ ଜଣେ ଆଇନଜୀବୀ ହୋଇଥିବା ବେଳେ ସେ ଓଡିଶା ଜୀବିକା ମିଶନରେ ଦୀର୍ଘ ୪ବର୍ଷ ଧରି କାମ କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ନାରା ଦେଇ ସେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ପ୍ରସ୍ତୁତ ରହିଥିବା ଜଣାପଡିଛି । ତେବେ ନିର୍ବାଚନ ପାଇଁ କଣ ରହିଛି ତାଙ୍କର ସ୍ୱତନ୍ତ୍ର ରଣକୌଶଳ ସେନେଇ ଲିଲିତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡ଼ା ରିପୋର୍ଟର ରାଧାକାନ୍ତ ମହାନ୍ତି ।

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.