Panchayat Election: ମଇଦାନରେ ଉଚ୍ଚ ଶିକ୍ଷିତ, ଚାଲିଛି ଜୋରଦାର ପ୍ରଚାର

By

Published : Feb 12, 2022, 2:05 PM IST

Updated : Feb 3, 2023, 8:11 PM IST

thumbnail

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ତାରିଖ ଯେତେ ପାଖେଇ ଆସୁଛି ନିର୍ବାଚନ ମଇଦାନ ସେତିକି ସରଗରମ ହେବାରେ ଲାଗିଛି । ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ସବୁଠି ଆକର୍ଷଣର କେନ୍ଦ୍ରବିନ୍ଦୁ ଶିକ୍ଷିତ ପ୍ରାର୍ଥୀ । ନିର୍ବାଚନ ନେଇ ଗାଁ ଗାଁରେ ଜୋରସୋର ଚାଲିଛି ନିର୍ବାଚନ ପ୍ରଚାର। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକର ସାରୁ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ଜଣେ ଉଚ୍ଚଶିକ୍ଷିତ ପ୍ରାର୍ଥି । ସାମ୍ବାଦିକତା ଓ ଗଣଯୋଗାଯୋଗ ସହ ଆଇନ ଶିକ୍ଷା ଶେଷ କରିଥିବା ଏହି ପ୍ରାର୍ଥୀ ଅରୁଣ ପାତ୍ର ପଞ୍ଚାୟତର ଘରକୁ ଘର ବୁଲି ପ୍ରଚାର ଜାରି ରଖିଛନ୍ତି । ତେବେ ନିର୍ବାଚନ ପାଇଁ କଣ ରହିଛି ତାଙ୍କର ସ୍ୱତନ୍ତ୍ର ରଣକୌଶଳ ସେନେଇ ଅରୁଣଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.