ଭୋଟ ନେବା ପରେ ଭୁଲିଗଲେ ନେତା, ଏମିତି କହିଲେ ଆବାସ ଯୋଜନାରୁ ବଞ୍ଚିତ ମହିଳା

By

Published : Feb 17, 2022, 12:33 PM IST

Updated : Feb 3, 2023, 8:16 PM IST

thumbnail

ନିଆଳି: ରାଜ୍ୟରେ ଚାଲିଛି ପଞ୍ଚାୟତ ନିର୍ବାଚନ । କ୍ଷମତା ହାତେଇବାକୁ ଭୋଟରଙ୍କ ପାଖକୁ ଛୁଟୁଛି ପ୍ରାର୍ଥୀଙ୍କ ଭିଡ । ନିର୍ବାଚନ ପୂର୍ବରୁ ବର୍ଷୁଛି ମାଳ ମାଳ ପ୍ରତିଶ୍ରୁତି । କିଏ କହୁଛି ଘର କରେଇଦେବି ତ ଆଉ କିଏ ସର୍ବାଙ୍ଗୀନ ବିକାଶର ପ୍ରତିଶ୍ରୁତି ଦେଉଛି । ହେଲେ ନିର୍ବାଚନ ପରେ କ୍ଷମତାସୀନ ନେତା ନିଜ ପ୍ରତିଶ୍ରୁତି କେତେ ପୁରା କରନ୍ତି ତାହା ବଖାଣିଛନ୍ତି ଜଣେ ମହିଳା ଭୋଟର । ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ତାଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ନେଇଗଲେ, ହେଲେ ଜିତିବା ପରେ ଘର ଖଣ୍ତେ ଦେଲେ ନାହିଁ । ଏଥର ନିର୍ବାଚନରେ ଭୋଟ ଭିକ୍ଷା ପାଇଁ ଯାଇଥିବା ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ପ୍ରଶ୍ନ ବାଣରେ ଘାଇଲା କଲେ ଭଙ୍ଗା କୁଡିଆରେ ଜୀବନ କାଟୁଥିବା ଉକ୍ତ ମହିଳା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ମହିଳା ଜଣକ କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ବିନିଶପୁର ଗ୍ରାମର ହୋଇଥିବା କୁହାଯାଉଥିବା ବେଳେ ତାଙ୍କର ଏହି ଭାଇରାଲ ଭିଡିଓ ଶାସକ ଦଳକୁ ଅଡୁଆରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Feb 3, 2023, 8:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.