କଳାହାଣ୍ଡିରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ

By ETV Bharat Odisha Team

Published : Dec 20, 2023, 8:44 PM IST

thumbnail

ଭବାନୀପାଟଣା: ତିନି ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନେଇ ସମୀକ୍ଷା କରିଛନ୍ତି । ପ୍ରଥମ ଦିନରେ ମଦନପୁର ରାମପୁର ଗସ୍ତ କରିଥିବା ବେଳେ ଦ୍ୱିତୀୟ ଦିନରେ ଜିଲ୍ଲାର ଜୁନାଗଡ଼, ଗୋଲାମୁଣ୍ଡା ଓ ଧର୍ମଗଡ ବ୍ଲକ ଅଞ୍ଚଳଗସ୍ତ କରିଥିଲେ । 

ଜୁନାଗଡ଼ ବ୍ଲକର ଯାରିଂ ଠାରେ ମାଛ ଚାଷ ପରିଦର୍ଶନ କରିବା ସହ ନିର୍ମାଣ ଥିନ ଇଥେନଲ ପ୍ଲାଣ୍ଟ ପରିଦର୍ଶନ କରିଥିଲେ । ପରେ ଗୋଲାମୁଣ୍ଡା ଯାଇ ସେଠାରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ଧର୍ମଗଡ ଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ସହରକୁ ଜଗିବା ପାଇଁ ୩୫ ଲକ୍ଷ୍ୟ ୫୨ ହଜାର ଟଙ୍କା ଲଗା ଯାଇଥିବା ୪୧ ଟି ସିସିଟିଭି କ୍ୟାମେରାର ଉଦଘାଟନ କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । 

ଏହା ପରେ ସେ ଭବାନୀପାଟଣା ସ୍ଥିତ ମା' ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟର ନୂତନ ଲାଇବ୍ରେରୀର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ଏଥିପାଇଁ ପରିଷଦ ପକ୍ଷରୁ 50 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି  ଗସ୍ତ ସମୟରେ ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡି, ମୁଖ୍ୟ ଉନ୍ନୟନ ଅଧିକାରୀ ପାୱାର୍ ସଚିନ ,ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ କୁମାର ମିଶ୍ର ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ.....WODC ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ; ସିସିଟିଭି ସର୍ଭିଲାନ୍ସ ସିଷ୍ଟମ ଓ ଦୁଗ୍ଧ ଶୀତଳିକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.