ଜଳବନ୍ଦୀ ପାଇଁ ଭାଙ୍ଗିଲା ବନ୍ଧ, ସ୍କୁଲ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ

By

Published : Jul 15, 2023, 4:15 PM IST

thumbnail

କଟକ: ଅସରାଏ ବର୍ଷାରେ ଭାସିଲା କଟକ ସହର । ସିଲଭର ସିଟିକୁ ବେହାଲ କଲା ମୌସୁମୀ ବର୍ଷା । କେଇ ଘଣ୍ଟା ମଧ୍ୟରେ ସହର ମଧ୍ୟରେ ଜଳବନ୍ଦୀ ସମସ୍ୟା ଦେଖାଦେଲା । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଆଜି ବର୍ଷାରେ ଢେର ଭିଜିଛି କଟକ ସହର । ଚାରିଆଡ଼େ ପାଣିର ସୁଅ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ଜନସାଧାରଣଙ୍କ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ରାସ୍ତା ଉପରେ ଡ୍ରେନର ପାଣି ବୋହୁଛି । ପ୍ରବଳ ବର୍ଷା ଯୋଗୁଁ ସହରର ମେରିଆ ବଜାରରେ ଲୋକଙ୍କ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଜଳବନ୍ଦୀ ସମସ୍ୟା ଯୋଗୁଁ ସ୍କୁଲ, କଲେଜ, ଅଫିସ ସବୁ ବନ୍ଦ କରି ଲୋକେ ଘରେ ବସିଛନ୍ତି । ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖା ଦେବାରୁ ନିର୍ମାଣ ଧୀନ ବନ୍ଧକୁ ପ୍ରଶାସନ ଭାଙ୍ଗିଛି । ବନ୍ଧ ଭାଙ୍ଗିବା ପରେ ପାଣି ନିଷ୍କାସନ ହୋଇଥିବା ସୂଚନା ମିଳିଛି । ଏପଟେ ଜଳବନ୍ଦୀ ପାଇଁ ଭାଙ୍ଗିଲା ବନ୍ଧ, ସ୍କୁଲ ପରୀକ୍ଷା ରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ । 

ଇଟିଭି ଭାରତ, କଟକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.