Tiger Attack: ସଫାରୀ ବେଳେ ବାଘୁଣୀକୁ ଚିଡାଇଲେ ଚାଳକ, ଗାଡି ଆଡକୁ ମାଡି ଆସିଲା

By

Published : Apr 27, 2023, 8:09 PM IST

thumbnail

ଡେରାଡୁନ: ଉତ୍ତରାଖଣ୍ଡ ରାମନଗର କର୍ବେଟ ପାର୍କରେ ପର୍ଯ୍ୟଟକଙ୍କ ଆଡ଼କୁ ମାଡ଼ି ଆସିଲା ବାଘୁଣୀ । ସୀତାବନି ଜୋନର ଏହି ଜଙ୍ଗଲରେ ସଫାରୀରେ ଯାଉଥିବା ସମୟରେ ଜିପ୍‌ ଡାହାଣ ପାର୍ଶ୍ବରେ ଏକ ବାଘୁଣୀକୁ ଦେଖିବାକୁ ମିଳିଥିଲା । ଗାଡି଼ ଚାଳକ ଜଣକ ବାଘୁଣୀ ଘଉଡ଼ାଇବା ଲାଗି ଉଦ୍ୟମ କରିଥିଲେ । ହେଲେ ପାଟି ଶୁଣିବା ପରେ ଆକ୍ରମଣାତ୍ମକ ହୋଇ ଉଠି ଗାଡ଼ି ଆଡ଼କୁ ମାଡ଼ି ଆସିଲା ବାଘୁଣୀ । ଏହାପରେ ଜିପ୍‌ରେ ଥିବା ପର୍ଯ୍ୟଟକମାନେ ବେଶ ଭୟଭୀତ ହୋଇପଡ଼ିଥିଲେ । ଏହାପରେ ଚାଳକ ଗାଡ଼ିକୁ ପଛକୁ କ୍ଷୀପ୍ର ଗତିରେ ନେଇ ଆସିଥିଲେ । ଏହାପରେ ବାଘୁଣୀ ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା । ଏହାର ଭିଡିଓ ଜଣେ ପର୍ଯ୍ୟଟକ ନିଜ କ୍ୟାମେରାର କଏଦ କରିଛନ୍ତି । ତେବେ ଘଟଣା ଘଟିବା ପରେ ବନ ବିଭାଗ ଉକ୍ତ ବାଘ ଉପରେ ନଜର ରଖିବା ସହ ଯେପରି ପର୍ଯ୍ୟଟକଙ୍କୁ ସଫାରୀ ସମୟରେ କୌଣଶି କ୍ଷତି ନ ହେବ ତାହା ଉପରେ ଦୃଷ୍ଟି ଦେଇଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.