ଆକାଶ ଛୁଆଁ ପରିବା ଦର ବେଳେ ଓଲଟିଲା ଗାଡି, ଯିଏ ପାରିଲା ବୋହିନେଲା

By

Published : Jul 16, 2023, 7:45 PM IST

Updated : Jul 18, 2023, 8:49 AM IST

thumbnail

ବୌଦ୍ଧ: ଲୋକଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା । ପରିବା ବଜାରରେ ସବୁ ପରିବା ଦର ଶହେ ଟଙ୍କା ଉପରେ । ଆକାଶ ଛୁଆଁ ପରିବା ଦରକୁ ନେଇ ଲୋକେ କଲବଲ ହଉଥିବା ବେଳେ ମାଗଣାରେ ପରିବା ମିଳିଲେ କି‘ଏ ବା କାହିଁକି ଛିଡିବ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଲୋକେ ମାଗଣାରେ ବ୍ୟାଗ୍‌ ବ୍ୟାଗ୍‌ ପରିବା ବୋହି ନେଉଛନ୍ତି । ତେବେ ଅପାଣ ଭିଡିଓରେ ଦେଖିବାକୁ ପାଇବେ ରାସ୍ତାକଡ଼ରେ ଏକ ପରିବା ଖେଳାଇ ହୋଇ ପଡିଛି ଓ ଲୋକେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡା ନ କରି ପରିବା ବୋହିବରେ ଲାଗିଛନ୍ତି । ରାସ୍ତାକଡ଼ରେ ଏତେ ପରିବା କେଉଁଠୁ ଆସିଲା ଭାବୁଛନ୍ତି କି ? ତେବେ ପ୍ରକୃତ ଘଟଣା ଟି ହେଲା ବୌଦ୍ଧର ବାଉଁଶୁଣୀ ଥାନା ଅନ୍ତର୍ଗତ ତାଟରକିଲା ନିକଟରେ ପରିବା ଗାଡି ଦୁର୍ଘଟଣା ଘଟିଥିଲା । ଗାଡିଟି ସନ୍ତୁଳନ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡ଼ିରେ ଥିବା ପରିବା ରାସ୍ତାକଡରେ ଗଦେଇ ହୋଇପଡିଥିଲା । ଏହାକୁ ଦେଖିବା ପରେ ସ୍ଥାନୀୟ ଲୋକମାନଙ୍କଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଯାତ୍ରୀ ମଧ୍ଯ ପରିବା ବୋହି ନେବା ଆରମ୍ଭ କରିଥିଲେ । ଏଭଳି ଦର ବୃଦ୍ଧି ସମୟରେ ପରିବା ଗାଡ଼ି ଓଲଟିବା ଅଞ୍ଚଳବାସୀଙ୍କ ପାଇଁ ବିଲେଇ ମୁଣ୍ଡରେ ଶିକା ଛିଡିବା ସଦୃଶ୍ୟ ଥିଲା । ଯିଏ ଯେତେ ପାରିଲା ସେତେ ବୋହି ନେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ।  

ଇଟିଭି ଭାରତ, ବୌଦ୍ଧ

Last Updated : Jul 18, 2023, 8:49 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.