Durga puja: କିନ୍ନର ଆଖଡ଼ାର ନବଦିନାତ୍ମକ ପୂଜାର ଶେଷ ଦିନରେ ଭସାଣି ଉତ୍ସବ

By ETV Bharat Odisha Team

Published : Oct 24, 2023, 9:29 PM IST

thumbnail

ଭୁବନେଶ୍ବର: କିନ୍ନର ଆଖଡ଼ାର ନବଦିନାତ୍ମକ ପୂଜାର ଶେଷ ଦିନରେ ମା’ଙ୍କର ଭସାଣି ଉତ୍ସବ ଆୟୋଜିତ ହୋଇଛି । ଏହି ଅବସରରେ ମାନସିକ କରିଥିବା ମହିଳାମାନେ ନିଜ ମାନସିକ ପୁରଣ କରିବା ପାଇଁ ୯ ଦିନ ଧରି କରିଥିବା ପୂଜା ସମ୍ପନ୍ନ କରିଛନ୍ତି । ଶେଷ ଦିନ ବା ବିଜୟା ଦଶମୀରେ ମହିଳା ଓ କିନ୍ନର ସମସ୍ତେ ସାମିଲ ହୋଇ ସିନ୍ଦୂର ଖେଳି ଖୁବ୍ ଆନନ୍ଦରେ ମାଙ୍କୁ ମେଲାଣି ଦେଇଛନ୍ତି । ମା’ଙ୍କ ବିଦାୟ ବିଶାରଦରେ କିନ୍ନର ଶ୍ରଦ୍ଧାଳୁମାନେ ଭାବପ୍ରବଣ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିଦାୟ ଦେବା ପାଇଁ ମା’ଙ୍କୁ ସଧବା ବେଶରେ ସଜାଇ ଅର୍ଥାତ ସିନ୍ଦୁର ଶଙ୍ଖା ଓ ଅଳତାରେ ସୁସଜ୍ଜିତ କରି ବିଦାୟ ଦେଇଛନ୍ତି । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ପର୍ବ ଭାବେ ବିଜୟା ଦଶମୀ ପାଳନ କରାଯାଉଛି । ଆଜି ମା’ ବିଦାୟ ନେବା ବେଳେ ଅସତ୍ୟ ଉପରେ ସତ୍ଯର ବିଜୟର ପ୍ରତୀକ ଭାବେ ରାବଣ ପୋଡିର ଆୟୋଜନ ମଧ୍ୟ ବିଭିନ୍ନ ସ୍ଥାନରେ ହେଉଛି ।
 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.