କ୍ୟାମେରାରେ କଏଦ ହେଲେ ବିଲୁପ୍ତପ୍ରାୟ ବରଫ ଚିତାବାଘ

By

Published : Jan 28, 2023, 7:23 AM IST

Updated : Feb 3, 2023, 8:39 PM IST

thumbnail

ମନାଲି: ପ୍ରକୃତି ରହସ୍ୟର ଗନ୍ଥାଘର । ମଣିଷ କଳ୍ପନା ବାହାରେ ଏଠି ଏନେକ ରହସ୍ୟ ଲୁଚିରହିଛି । ଅଚାନକ କେତେବେଳେ କିଛି ବି ଘଟିପାରେ । ତେବେ ଯଦି ଅଚାନକ ଆପଣଙ୍କ ସମ୍ମୁଖକୁ ଏକ ଚିତାବାଘ ଚାଲିଆସେ ଆପଣ କ‘ଣ କରିବେ । ଜଣେ ବ୍ୟକ୍ତି ନିଜ ଘରକୁ ଯାଉଥିବା ବେଳେ ତାଙ୍କ ସମ୍ମୁଖକୁ ଏକ ଚିତାବାଘ ଚାଲିଆସିଥିଲା । ଏପରି ଘଟଣା ହିମାଚଳ ପ୍ରଦେଶର ଲାହଲ-ସ୍ପିଟିର ମନାଲି ରାଜପଥରେ ଦେଖିବାକୁ ମିଳିଛି ।

ହିମାଚଳ ପ୍ରଦେଶର ଲାହଲ-ସ୍ପିଟିର ମନାଲି ରାଜପଥରେ ବିଲୁପ୍ତ ବରଫ ଚିତାବାଘ ରାସ୍ତାରେ ବୁଲୁଥିବା ଦେଖାଯାଇଥିଲା।  କିଲୋଙ୍ଗର ବାସିନ୍ଦା ସୋନମ ଜାଙ୍ଗପୋ ବରଫ ଚିତାକୁ  ନିଜ କ୍ୟାମେରାରେ କଏଦ କରିଥିଲେ । ସୋନମ ଜାଙ୍ଗପୋ ମୁଲିଙ୍ଗ ବ୍ରିଜ ନିକଟ ଦେଇ ଯାଉଥିବା ସମୟରେ ତିନୋଟି ଚିତାବାଘ ଦେଖିଥିଲେ ।  ସୋନମ ଜାଙ୍ଗପୋଙ୍କ କହିବା ଅନୁଯାୟୀ ଲାହଲ୍ ସ୍ପିଟି ବରଫ ଚିତାବାଘର ଘର ବୋଲି ବିବେଚନା କରାଯାଏ  । ଚିତାବାଘ ଏଠାରେ ଅନେକ ଥର ବୁଲୁଥିବା ଦେଖିବାକୁ ମିଳିଛି ।  ଯେଉଁମାନେ ବନ୍ୟଜନ୍ତୁ ଫଟୋଗ୍ରାଫିକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏହି ସ୍ଥାନ ସ୍ବର୍ଗଠାରୁ କିଛି କମ ନୁହେଁ ।

ସୋନମ ଜାଙ୍ଗପୋ କହିଛନ୍ତି ଯେ ସେ ରାତିରେ ଟ୍ୟାକ୍ସିରେ ମନାଲିରୁ କାଇଲୋଙ୍ଗକୁ ଆସୁଥିଲେ । ହଠାତ୍ ସେ ତିନୋଟି ବରଫ ଚିତାବାଘମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ । ସେ ଏହି ବିରଳ ଦୃଶ୍ୟକୁ ନିଜ ଫୋନ କ୍ୟାମେରାରେ କଏଦ କରିଥିଲେ । ଭାରତରେ ଅଳ୍ପ ସଂଖ୍ୟକରେ ବରଫ ଚିତାବାଘ ରହିଥିବା ବେଳେ ଏମାନଙ୍କୁ  ସାମ୍ନାରେ ଦେଖିବା ଅତ୍ୟନ୍ତ ବିରଳ । ସୋନମ କହିଛନ୍ତି ଯେ, ରାତିରେ ଏଠାକୁ ଆସୁଥିବା ଲୋକମାନେ ସାବଧାନ ହେବା ଆବଶ୍ୟକ । ଏହାପୂର୍ବରୁ ମଲ୍ଲିକ ବ୍ରିଜ ଏବଂ ଚୁରପୁକ୍ ପେଟ୍ରୋଲ ପମ୍ପ ନିକଟରେ ବରଫ ଚିତାବାଘ ଦେଖିବାକୁ ମିଳିଥିଲା । ଏଥି ସହିତ, ଲାହଲ୍ ଉପତ୍ୟକାର ପରିବେଶ ବରଫ ଚିତାବାଘ ପାଇଁ ସର୍ବୋତ୍ତମ ଆଶ୍ରୟ ବୋଲି ପ୍ରମାଣ କରୁଛି  । ଏହାପୂର୍ବରୁ ସ୍ପିଟି ଭ୍ୟାଲିରେ ସ୍ଥାନୀୟ ଲୋକ କ୍ୟାମେରାରେ ବରଫ ଚିତାବାଘ କଏଦ କରିଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.