ହୁହୁ ହୋଇ ଜଳିଗଲା ଟ୍ରକ, ଜୀଅନ୍ତା ଜଳିଗଲେ ଡ୍ରାଇଭର

By

Published : Mar 30, 2023, 7:54 PM IST

thumbnail

ଢେଙ୍କାନାଳ: ଚାହୁଁ ଚାହୁଁ ରାସ୍ତାରେ ଜଳିଗଲା ଟ୍ରକ । ଆଉ ଜୀଅନ୍ତା ଜଳିଗଲେ ଟ୍ରକର ଡ୍ରାଇଭର । ଏପରି ଭୟଙ୍କର ଦୁର୍ଘଟଣା କାମାକ୍ଷାନଗର ମହୁଳପାଳ ନିକଟରେ ଘଟିଛି । ଦ୍ରୁତ ବେଗରେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ବିଦ୍ୟୁତ ଖୁଣ୍ଟରେ ଧକ୍କା ହେବାରୁ ଏପରି ଦୁର୍ଘଟଣା ଘଟିଛି । ବିଦ୍ୟୁତ ଖୁଣ୍ଟର ବିଦ୍ୟୁତ କରେଣ୍ଟ ଲାଗି ଯିବାରୁ ଟ୍ରକ ଟିରେ ନିଆଁ ଲାଗି ଜଳି ଯାଇଥିଲା । ଫଳରେ ଦୁର୍ଘଟଣାର ସମ୍ମୁଖୀନ ଟ୍ରକ ଚାଳକ ବାହାରି ନପାରି ନିଆଁରେ ଜୀଅନ୍ତା ଜଳି ଯାଇଥିବା ଜଣାପଡିଛି । ସୁକିନ୍ଦାରୁ କାମାକ୍ଷାନଗର ଦେଇ ତାଳଚେରକୁ ଯୋଗାଯୋଗ କରୁଥିବା ୫୩ନମ୍ବର ଜାତୀୟ ରାଜପଥରେ ଏପରି ଅଭାବନୀୟ ଦୁର୍ଘଟଣା ଘଟିଛି । ଟ୍ରକ ଚାଳକର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତ ଚାଳକର ଜଣଙ୍କ ଢେଙ୍କାନଳ ସଦର ଥାନା ନାଠୁଆ ଗ୍ରାମର ବିଶ୍ବଜିତ ଦେହୁରୀ ବୋଲି ଜଣାପଡିଛି ।  

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.