T20 World Cup: ଭାରତ-ପାକ୍ ଲଢେଇ, କଳାକୃତିରେ ଟିମ ଇଣ୍ଡିଆକୁ ଶିଳ୍ପୀଙ୍କ ଶୁଭେଚ୍ଛା

By

Published : Oct 23, 2022, 11:16 AM IST

Updated : Feb 3, 2023, 8:29 PM IST

thumbnail

କଟକ: ଆଉ କିଛି ଘଣ୍ଟାର ଅପେକ୍ଷା । ମୁହାଁମୁହିଁ ହେବେ ଭାରତ ପାକିସ୍ତାନ । ଟିଟ୍ବେଣ୍ଟି ବିଶ୍ୱକପର ଏହି ରୋମାଞ୍ଚକର ମ୍ୟାଚ ପାଇଁ ଅପେକ୍ଷା କରିଛନ୍ତି ଦେଶର କୋଣ ଅନୁକୋଣରେ ଥିବା ଫ୍ୟାନ୍ସ । ଏହି ମ୍ୟାଚ ପୂର୍ବରୁ କଟକରୁ ଭାରତୀୟ ଟିମକୁ କଳାକୃତିରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଶିଳ୍ପୀ ମନୋଜ । ସିଡିଏ ଅଞ୍ଚଳର ମନୋଜ ବିଭିନ୍ନ ଅଦରକାରୀ ସାମଗ୍ରୀରେ ଏକ କଳାକୃତି କରି ଟିମ ଇଣ୍ଡିଆକୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଶୁଭେଚ୍ଛା କଳାକୃତିରେ ପ୍ରଭୁ ଶ୍ରୀରାମ ରହିଛନ୍ତି । କାରଣ ଆସନ୍ତାକାଲି (ସୋମବାର) ଦୀପାବଳୀ ଥିବାରୁ ପ୍ରଭୁ ଯେପରି ଲଙ୍କାରୁ ବିଜୟ ସାରି ଅଯୋଧ୍ୟା ଫେରିଥିଲେ ସେହିପରି ଭାରତ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ହରାଇବା ପାଇଁ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଲୋଡିଛନ୍ତି ମନୋଜ ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.