Odisha Train Tragedy: ମୃତଦେହ ସଂରକ୍ଷଣ, ଦିଲ୍ଲୀରୁ ଆସିଲେ ସ୍ଵତନ୍ତ୍ର ଟିମ

By

Published : Jun 5, 2023, 3:48 PM IST

thumbnail

ଭୁବନେଶ୍ବର: ବାଲେଶ୍ବର ରେଳ ଦୁର୍ଘଟଣାରେ ମୃତଦେହ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଲ୍ଲୀରୁ ଭାରତ ସରକାରଙ୍କ ସ୍ଵତନ୍ତ୍ର ଟିମ ମୃତଦେହ ସଂରକ୍ଷଣ ପାଇଁ ଆସିଛନ୍ତି । ମୃତଦେହକୁ କିଛି ଅଧିକ ଦିନ ସଂରକ୍ଷଣ ପାଇଁ ସେମାନେ ଚେଷ୍ଟା କରୁଥିବା ଉନ୍ନୟନ କମିଶନର ଅନୁ ଗର୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରତ୍ୟେକ ହସ୍ପିଟାଲରେ ଲୋକ ଅଛନ୍ତି । ମୃତଦେହ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି । ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । କିଛି ଅସୁବିଧା ରହିଛି ଯାହା ସଜାଡ଼ିବାକୁ ପ୍ରୟାସ ଜାରି ରହିଛି । ମାସ୍ କାଜୁଆଲଟିରେ କିଛି ଅସୁବିଧା ରହେ । ସମସ୍ତ ଅଫିସର, ଭାରତ ସରକାରଙ୍କ ଅଧିକାରୀ ଏବଂ ରେଳବାଇର ଅଧିକାରୀଙ୍କ ସହାୟତା ରହିଛି । ବିଭିନ୍ନ ରାଜ୍ୟରୁ ଆସିଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ମୃତଦେହ ନେଇ ନିଜ ଘରକୁ ଫେରିବା ପାଇଁ ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଲୋକେ କିଭଳି ହଇରାଣ ନହେବେ ସେଥିପ୍ରତି ପ୍ରାଥମିକତା ଦିଆଯାଇଛି । 

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.