ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିମୁଳିଆ ମେଡ଼ିକାଲ ମୁଖ୍ୟ କିରାଣୀ

By

Published : Aug 14, 2023, 6:40 PM IST

thumbnail

ବାଲେଶ୍ବର : ଭିଜିଲାନ୍ସ ଜାଲରେ ସିମୁଳିଆ ମେଡ଼ିକାଲ ମୁଖ୍ୟ କିରାଣୀ । ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବାଲେଶ୍ଵର ଜିଲ୍ଲା ସିମୁଳିଆ ମେଡ଼ିକାଲର ମୁଖ୍ୟ କିରାଣୀ ମନୋଜ ଭଞ୍ଜ । ମେଡ଼ିକାଲ କର୍ମଚାରୀଙ୍କ ବକେୟା ବୃଦ୍ଧି କରିଦେବାକୁ କହି ମନୋଜ ଭଞ୍ଜ ଅନେକ ସମୟରେ ଲାଞ୍ଚ ଦାବି କରିଥାନ୍ତି । ମନୋଜ ଭଞ୍ଜ ମେଡ଼ିକାଲରେ 4 ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଖରୁ ଦୁଇ ହଜାର ଟଙ୍କା ଲେଖାଏଁ କରି 8 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବ ଯୋଜନା ମୁତାବକ ଟଙ୍କା ନେଣଦେଣ ବେଳେ ଭିଜିଲାନ୍ସର ଏକ 6 ଜଣିଆ ଟିମ ମୁଖ୍ୟ କିରାଣୀଙ୍କୁ ମାଡ଼ି ବସିଥିଲା । ପୂର୍ବରୁ ମଧ୍ୟ ମୁଖ୍ୟ କିରାଣୀ ଏମିତି ଲାଞ୍ଚ ନେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ସମ୍ପୃକ୍ତ କିରାଣୀଙ୍କୁ ଭିଜିଲାନ୍ସ ଗିରଫ କରିନିଜ୍‌ ହେପାଜତକୁ ନେଇଥିବା ଜଣାପଡିଛି । ଭିଜିଲାନ୍ସ ଟିମ୍‌ ଏନେଇ ତଦନ୍ତ ଆରମ୍ଭ କରିଛି । 

ଇଟିଭି ଭାରତ, ବାଲେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.