World Pakhala Divas: ସୁର କହିଲେ ଶକ୍ତି ଯୋଗାଉଛି ପଖାଳ

By

Published : Mar 20, 2023, 12:29 PM IST

thumbnail

ଭୁବନେଶ୍ବର:  ଓଡ଼ିଆର ଘରେ ଘରେ ପରିଚିତ ପଖାଳ । ଓଡ଼ିଆର ପଖାଳ କଂସା ଭାରି ବଢିଆ। ପଖାଳର ଆମ ସଂସ୍କୃତିରେ ନିବିଡ଼ ସମ୍ପର୍କ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ପଖାଳ। ପଖାଳ ସହ ବଡି ଚୁରା, ଶାଗ, ଆଳୁ ଭରତା ଏକ ନିଆରା ଭୋଜନ। ପଖାଳ ସହ ଶରୀର ତତ୍ୱର ମଧ୍ୟ ସମ୍ପର୍କ ରହିଛି। ପଖାଳ ଖାଇଲେ ଅନେକ ରୋଗ ଭଲ ହୋଇଯାଏ ବୋଲି ସାଧାରଣ ମତରେ ଅନେକ ଆଲୋଚନା ହୁଏ । ଗ୍ରୀଷ୍ମ ଆସିଲେ ପଖାଳ କଂସା ହେଉଛି ଏକ ପ୍ରମୁଖ ଖାଦ୍ୟ ପାଲଟି ଯାଏ । ଗରିବ ଶ୍ରେଣୀଠାରୁ ଆରମ୍ଭ କରି ଧନୀ ବ୍ୟକ୍ତି , ସବୁ ବର୍ଗର ଲୋକଙ୍କ ପାଇଁ ପଖାଳ ଏକ ନିଆରା ବ୍ୟଞ୍ଜନ। ତେବେ ଆଜି ଏହି ଅବସରରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ   ପଖାଳ ଖାଇ ଏହି ଦିବସକୁ ପାଳନ କରିଛନ୍ତି। ପଖାଳ ସାଙ୍ଗକୁ ମାଛ ଭଜା, ଶାଗ, ବଡି ଚୁରା, ଆଳୁଭର୍ତ୍ତା, ବାଇଗଣ ଭର୍ତ୍ତା, ଛୁଇଁ ଭଜା, ପୋଟଳ ଭଜା , କଖାରୁ ଫୁଲ ବରା ଆଦି ଖାଇଛନ୍ତି ।

ତାଙ୍କ ଫିଟ ଆଣ୍ଡ ଫାଇନର ମୂଳ ମନ୍ତ୍ର ହେଉଛି ପଖାଳ । ଭୁବନେଶ୍ୱରସ୍ଥିତ ବାସଭବନରେ ନିଜ ପରିଜନ ,ବନ୍ଧୁବର୍ଗ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ପଖାଳ ଦିବସ ପାଳନ କରିଛନ୍ତି ସୁର । ପଖାଳ ହେଉଛି ଓଡିଆଙ୍କ ନିତି ଦିନର ବନ୍ଧୁ ଆଉ ଗରିବର ଚିର ସାଥୀ । ପଖାଳ ପ୍ରତିଟି ଓଡିଆଙ୍କ ପାଇଁ ଗୋଟେ ବିଚାରଧାରା ହେଇପାରେ, ଆଉ ସେଇ ପଖାଳ ହେଉଛି ଆମ ସଂସ୍କୃତି । କୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ବି ପଖାଳ ଖାଇଆନ୍ତି । ପଖାଳ ଖାଇଲେ ଶରୀର ସୁସ୍ଥ ରହିବ ବୋଲି କହିଲେ ସୁର।

ଇଟିଭି ଭାରତ, ଭୁବନେଶ୍ବର  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.