ସାବିତ୍ରୀ ବ୍ରତ: ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଲେ ସଧବା

By

Published : May 19, 2023, 8:27 PM IST

thumbnail

ନୂଆପଡା: ଆଜି ପବିତ୍ର ସାବିତ୍ରୀ ବ୍ରତ। ଏନେଇ ସଧବା ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ରୀତିନିତିରେ ପାଳନ କରିଛନ୍ତି । ନୂଆପଡା ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ସଧବା ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ଦେଖାଦେଇଛି । ଏହି କ୍ରମରେ ଖଡ଼ିଆଳ ବ୍ଲକ ସଂସ୍କୃତି ସମ୍ପନ୍ନ ନେହେନା ଗ୍ରାମ ମିଲପଡାରେ ସଧବା ମହିଳାମାନେ ହର୍ଷ ଉଲ୍ଲାଶରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ପୌରାଣିକ କଥାବଳୀରୁ ଜଣାପଡେ ଯେ, ମହାସତୀ ସାବିତ୍ରୀ ନିଷ୍ଠା  ଓ କଠୋର ଭକ୍ତି ବଳରେ ଯମଙ୍କଠାରୁ ନିଜ ସ୍ବାମୀ ସତ୍ୟବାନଙ୍କ ଜୀବନକୁ ଫେରାଇ ଆଣିଥିଲେ । ଯାହାକି ସତୀ ସାବିତ୍ରୀ ପୌରାଣିକ କଥାବଳୀରେ ବର୍ଣ୍ଣିତ ରହିଛି । ସେହି ସତୀ ପ୍ରଥାକୁ ଅବଳମ୍ବନ କରି ପ୍ରତିବର୍ଷ ଜ୍ୟୋଷ୍ଠମାସ ଆମାବାସ୍ୟା ତିଥିରେ ନେହେନା ଗ୍ରାମ ମିଲପଡାର ସଧବା ମହିଳାମାନେ ଯଥା ରୀତିନୀତିରେ ସାବିତ୍ରୀ ବ୍ରତ ଧୁମଧାମରେ ପାଳନ କରି ଆସୁଛନ୍ତି । 

ଇଟିଭି ଭାରତ, ନୂଆପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.